24.1 C
Bhubaneswar
Friday, January 10, 2025
Homeବ୍ରେକୀଙ୍ଗଶାଶୁ ଘରେ ରହି ନିଜକୁ ସୁରକ୍ଷା ଦେବେ : ବର୍ଷାଙ୍କ ଓକିଲ

ଶାଶୁ ଘରେ ରହି ନିଜକୁ ସୁରକ୍ଷା ଦେବେ : ବର୍ଷାଙ୍କ ଓକିଲ

କଟକ: ବର୍ଷା – ଅନୁଭବ ମାମଲାରେ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ପ୍ରତିକ୍ରିୟା ରଖିଛନ୍ତି । କାଲି ବର୍ଷାଙ୍କୁ ଖାଦ୍ୟ ଦେଲା ବେଳେ ଭିଡି ଓ ସୁଟିଂ କରାଯାଇଥିଲା । ଅନୁଭବଙ୍କ ଜଣେ ସହଯୋଗୀ ବେଡ଼୍ ରୁମ୍‌ରେ ପଶି ସୁଟିଂ କରିଥିଲେ । ଅନ୍ୟଜଣେ ସହଯୋଗୀ ଡ୍ରଇଂ ରୁମ୍‌ରେ ଜଗି ରହିଥିଲେ ।ତେବେ କିଏ ସେମାନଙ୍କୁ ସୁଟିଂ କରିବାକୁ ପଠାଇଛି ବୋଲି ବର୍ଷା ପଚାରିଥିଲେ । ଏହି ଘଟଣାକୁ ନେଇ ବର୍ଷା ଲଜ୍ଜିତ ଓ ଅସୁରକ୍ଷିତ ମନେ କରିଥିଲେ ।ଏହାକୁ ନେଇ ବର୍ଷା ପୋଲିସ୍ କୁ ଜଣାଇ ସୁରକ୍ଷା ମାଗିଥିଲେ । ବର୍ଷା କାହିଁକି ଶାଶୁ ଘରେ ରହିଛନ୍ତି ବୋଲି ଅନୁଭବ ଗତକାଲି ପ୍ରତିକ୍ରିୟା ରଖିଥିଲେ ।ବର୍ଷା ନିଜ କୁପଥଗାମୀ ସ୍ୱାମୀଙ୍କୁ ସୁପଥକୁ ଫେରାଇ ଆଣିବାକୁ ଚାହୁଁଛନ୍ତି । ଶାଶୁ ଘରେ ରହି ଆଇନ ଅନୁସାରେ ସେ ନିଜକୁ ସୁରକ୍ଷା ଦେବେ । ନିଜ ବିବାହକୁ ଚିରସ୍ଥାୟୀ କରିବାକୁ ବର୍ଷା ଚାହାନ୍ତି ଏବଂ ଅନୁଭବ ଯାହା କହିଲେ ତାର କିଛି ଯଥାର୍ଥତା ନାହିଁ । ଅନୁଭବଙ୍କ କଥାରେ ସେ ଶାଶୁ ଘରୁ ଆସିପାରିବେ ନାହିଁ । କାଲିର ଘଟଣା ବର୍ଷାଙ୍କ ସହ ଆଲୋଚନା କରି କୋର୍ଟଙ୍କ ଦୃଷ୍ଟିକୁ ଆଣିବି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking