36.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ଭକୁ ଯୋଡ଼ିଲା ବସ ସେବା

ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ଭକୁ ଯୋଡ଼ିଲା ବସ ସେବା

ମାଲକାନଗିରି -୭୦ ବର୍ଷର ଜଳବନ୍ଦୀ ଜୀବନ, ବୋଟ ଯାହାର ଯାତାୟାତ ର ମୁଖ୍ୟ ମାଧ୍ୟମ ଥିଲା ଆଜି ସେହି ଅଞ୍ଚଳରେ ଗଡୁଛି ବସ । ଲୋକଙ୍କୁ ମିଳୁଛି ସରକାରୀ ବସ ରେ ଯାତାୟାତ କରିବାର ସୁଯୋଗ ।
ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡାଆମ୍ବ ଗ୍ରାମକୁ ପ୍ରଥମ ଥର ପାଇଁ ଗଡ଼ିଲା ବସ । ଆଜି  ଚିତ୍ରକୋଣ୍ଡା ବିଧାୟକ ଏହି ସରକାରୀ ବସ ର ଉଦଘାଟନ କଲେ । ପୂର୍ବରୁ କେବେ ବି ମାଲକାନଗିରି ରୁ ସିଧାସଳଖ ସରକାରୀ ବସ ଯାତାୟାତ କରିନଥିବା ବେଳେ ଅଞ୍ଚଳରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବାପରେ  ପ୍ରଥମ ଥର ଏହି ବସ ସେବା ଆରମ୍ଭ ହୋଇଛି । ପୂର୍ବରୁ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ଥିବା ବେଳେ ରାଜ୍ୟ ସରକାର ନିଜର ଡ୍ରିମ ପ୍ରୋଜେକ୍ଟ ଗୁରୁପ୍ରିୟା ସେତୁ ନିର୍ମାଣ କରିବା ପରେ ସମୟ କ୍ରମେ ଯାନବାଇ, ଯୋଡ଼ାଆମ୍ବ ସହ ଅନେକ ଗ୍ରାମକୁ ସେତୁ ଯୋଜନା ମାଧ୍ୟମରେ ରାସ୍ତା ନିର୍ମାଣ ହୋଇଛି । ପକ୍କା ସଡକ ନିର୍ମାଣ ହେବାପରେ ଅଞ୍ଚଳରେ ଅନେକ ବିକାଶ ମୂଳକ କାମ ଅଗ୍ରଗତି କରିଥିବା ବେଳେ ଆଜି ସ୍ୱାଭିମାନ ଅଞ୍ଚଳ ବାସୀଙ୍କ ମନରେ ଏହି ବସ ଉଦ୍ଘାଟନ ହେବାପରେ ଖୁସିର ଲହରୀ ଖେଳିଯାଇଛି । ଆଗାମୀ ଦିନରେ ମଧ୍ୟ ଅଞ୍ଚଳର ଅନ୍ୟାନ୍ୟ ଗ୍ରାମକୁ ଯୋଗାଯୋଗ ବ୍ୟବସ୍ଥା କରାଯିବା ବୋଲି ଯୋଜନା କରାଯାଇଛି । ଏହି ଅବସରରେ ଜିଲାପାଳ ମନୀଷ ଅଗ୍ରୱାଲ, ଜ଼ୀଲ୍ଲାପରିଷଦ ଅଧକ୍ଷ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking