34.1 C
Bhubaneswar
Friday, March 29, 2024
Homeଓଡିଶା୭୧ତମ ବନ ମହୋତ୍ସବ ଅନୁଷ୍ଠିତ।

୭୧ତମ ବନ ମହୋତ୍ସବ ଅନୁଷ୍ଠିତ।

ମୟୁରଭଞ୍ଜ – ବନବିଭାଗ ପକ୍ଷରୁ ୭୧ତମ ବନ ମହୋତ୍ସବ ସପ୍ତାହ ପାଳନ। ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ତାରଣା ଓ ହେଁସଡା ଗ୍ରାମ ନିକଟସ୍ଥ ଲଣ୍ଡା ପାହାଡରେ ଅନୁଷ୍ଠିତ ହୋଇଛି ୭୧ତମ ବନ ମହୋତ୍ସବ ସପ୍ତାହ କାର୍ଯ୍ୟକ୍ରମ। ତାରଣା,ହେଁସଡା ଓ ଜଜଗୋଡା ଗ୍ରାମବାସୀଙ୍କ ସହଯୋଗରେ ବହଳଦା ବନାଞ୍ଚଳ ପକ୍ଷରୁ ଗତବର୍ଷ ଲଣ୍ଡା ପାହାଡରେ ବିଭିନ୍ନ ପ୍ରଜାତିର ୮ ହଜାର ବୃକ୍ଷରୋପଣ କରାଯାଇଥିଲା।ଚଳିତ ବର୍ଷ ଏଠାରେ ଆୟୋଜିତ ବନ ମହୋତ୍ସବ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ୨୬ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ କମଳାକାନ୍ତ ନାଏକ ଯୋଗ ଦେଇଥିଲା ବେଳେ ସମ୍ମାନୀୟ ଅତିଥି ଭାବେ ପରିବେଶବିଦ୍ ତଥା ବରିଷ୍ଠ ସାମ୍ବାଦିକ ରାମଦାସ ମୁର୍ମୁ,ନେହରୁ ଯୁବକେନ୍ଦ୍ର ସଂଗଠନର ଯୁବା ସମାଜ ସେବୀକା ତଥା ଝରାଡିହି ଆଦର୍ଶକ୍ଲବର ସଭାନେତ୍ରୀ ଲଳିତା ମହାନ୍ତ,ଯୁବ ସମାଜ ସେବୀ ମଳୟ ମୁଣ୍ଡରୀ, ସମାଜସେବୀ ତଥା ଆଦର୍ଶକ୍ଲବ ସଂପାଦକ ସଂଜୟ ପଲେଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ। ଅନ୍ୟମାନଙ୍କଙ୍କ ମଧ୍ୟରେ ଝରାଡିହି ଫରେଷ୍ଟ ବିଟ୍ ଅଧିନରେ ଥିବା ବିଭିନ୍ନ ବନ ସୂରକ୍ଷା ସମିତି ମଧ୍ୟରୁ ନନ୍ଦାବସା ବନସୂରକ୍ଷା ସମିତି ସଭାପତି ମଙ୍ଗଲ ହାଁସଦାଃ,କୋଷାଧ୍ୟକ୍ଷ କାଳୀଦାସ ହାଁସଦାଃ, ଏନିମେଟର ବାଡାଃ ମାର୍ଣ୍ଡି, କୁଦରସାହି ବନସୂରକ୍ଷା ସମିତିର କୋଷାଧ୍ୟକ୍ଷ ରାଜମାଲ ମାର୍ଣ୍ଡି,ଏନିମେଟର ସୂନାରାମ ମାର୍ଣ୍ଡି ଓ ଭାଗ୍ୟବତୀ ମାର୍ଣ୍ଡି ଦୁବଲାବେଡା ବନସୂରକ୍ଷା ସମିତିରୁ ଏନିମେଟର ନଗେନ ସର୍ଦ୍ଧାର ଓ ବେଲ ନାଏକ  ବାନାଡୁଙ୍ଗୁରୀ ବନସୂରକ୍ଷା ସମିତିର ସଭାପତି ରାମରାଇ ଟୁଡୁ,କୋଷାଧ୍ୟକ୍ଷ ଫାତୁ ସୋରେନ ଓ ଏନିମେଟର ଦିଗି ଟୁଡୁ ଓ ରାମଗଡ ବନସୂରକ୍ଷା ସମିତିର କୋଷାଧ୍ୟକ୍ଷ ଅର୍ଜୁନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ। ବନବିଭାଗ ପକ୍ଷରୁ ବହଳଦା ବନାଞ୍ଚଳ ଫରେଷ୍ଟର ଜିତେନ୍ଦ୍ର ବେହେରା,ଝରାଡିହି ଫରେଷ୍ଟର ମହାବୀରସିଂ ମୁର୍ମୁ,ବନରକ୍ଷୀ ସୁଭଷ୍ମିତା ଗିରି,ପାରାଷ୍ଟାଫ ରାମ ଟୁଡୁ,ବୃହଷ୍ପତି ପଲେଇ,ମୋହନ ମହାକୁଡ,ବିଭୂଦତ୍ତ ମହାନ୍ତ, ଆନୋ ହାଁସଦାଃ,ବସନ୍ତ ମଣ୍ଡଳ ଓ ପ୍ରେମଚାନ୍ଦ ମୁର୍ମୁ ପ୍ରମୁଖ ଉପସ୍ଥିତ ରହି ବନ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଶେଷରେ ହେଁସଡା,ଜଜଗୋଡା ଓ ତାରଣା ଗ୍ରାମରୁ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ପରିବେଶ ପ୍ରେମୀ ଗ୍ରାମବାସୀଙ୍କୁ ନେଇ ହୋଇଥିବା ବୈଠକରେ ବନାଞ୍ଚଳ ଅଧିକାରୀ ଓ ଅତିଥିମାନେ ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ସମଗ୍ର ବିଶ୍ବର ଜନସାଧାରଣଙ୍କୁ ପର୍ଯ୍ୟାବରଣ ପ୍ରତି ସଚେତନ କରାଯିବା ଉଦ୍ଧେଶ୍ୟରେ ବନ ସୂରକ୍ଷା ସପ୍ତାହ ପାଳନ କରାଯାଉଥିବା ବିଷୟରେ ସୂଚିତ କରିବା ସହିତ ପ୍ରତ୍ୟେକ ଲୋକ ବନ ମହୋତ୍ସବ ସପ୍ତାହ ଅବସରରେ ଅନ୍ତତଃ ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବା ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପରାମର୍ଶ ଦେଇ କହିଥିଲେ। ବର୍ତ୍ତମାନ ଦେଶର ଜନସଂଖ୍ୟା ବିଚାରକୁ ନେଇ ଜଣେ ଗୋଟିଏ ଗଛ ଲଗାଇଲେ ମଧ୍ୟ ଦେଶରେ କୋଟି କୋଟି ସଂଖ୍ୟାରେ ଗଛ ସୃଷ୍ଟି ହୋଇ ସବୁଜିମାରେ ପରିପୂର୍ଣ୍ଣ ହୋଇଯିବ। ଏହି ଗଛ,ବଣ,ଜଙ୍ଗଲରୁ ହିଁ ଜୀବ ଜଗତ ବଞ୍ଚିବାରେ ଆବଶ୍ୟକ ହେଉଥିବା ପାଣି,ପବନ ଓ ଅନ୍ୟାନ୍ୟ ଜରୁରୀ ଉପାଦାନ ମିଳିଥାଏ। ଶେଷରେ ବହଳଦା ଫରେଷ୍ଟର ଶ୍ରୀ ବେହେରା ଏହି ଲଣ୍ଡା ପାହାଡରେ ଜଙ୍ଗଲ ସୃଷ୍ଟି କରିବାରେ ସହଯୋଗ କରିଥିବା ସମସ୍ତ ଗ୍ରାମବାସୀ’ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଝରାଡିହି ଫରେଷ୍ଟର ଶ୍ରୀ ମୁର୍ମୁ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ସାଧାରଣଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
– ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking