ଯାଜପୁର : ଭାରତ-ଚୀନ ସୀମାନ୍ତ ହିମାଚଳ ପ୍ରଦେଶର ଗଲୱାନ ଘାଟୀରେ ଗତ ୧୫ ତାରିଖ ରାତ୍ରିରେ ରକ୍ତାକ୍ତ ସଂଘର୍ଷ ଘଟିଯାଇ ଯେଉଁ ମର୍ମନ୍ତୁଦ ଘଟଣା ଘଟିଲା ସେଥିରେ ଭାରତର ଜଣେ ସୁଦକ୍ଷ କର୍ଣ୍ଣେଲଙ୍କ ସମେତ ୨୦ ଜଣ ଯବାନ ସହୀଦ ହୋଇଥିଲେ । ସୀମାନ୍ତରେ ଯେଉଁ ବୀର ଯବାନମାନେ ଭାରତର ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାପାଇଁ ସହୀଦ ହେଲେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଯାଜପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ କୁମାର ନନ୍ଦଙ୍କ ଆବାହକତ୍ୱରେ ଏକ ମହମବତୀ ଶୋଭାଯାତ୍ରା ମେଡ଼ିକାଲ ଛକଠାରୁ ବାହାରି ଗାନ୍ଧୀଛକଠାରେ ସମ୍ମିଳିତ ହୋଇ ସହୀଦ ବୀର ଯବାନମାନଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । କାର୍ଯ୍ୟକାରୀ ସଭାପତି ବିଷ୍ଣୁଚରଣ ରାଉତ, ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର କର ପୂର୍ବତନ ଏମ୍.ପି. ଅଞ୍ଚଳ ଦାସ, କାର୍ଯ୍ୟକାରୀ ସଭାପତି ବଳଭଦ୍ର ଦାସ, ଉପସଭାପତି ବିଭୂତି ମହାପାତ୍ର, ପିସିସି ସମ୍ପାଦକ ଭାସ୍କର ମହାନ୍ତି, ପ୍ରଦେଶ ମହିଳା କଂଗ୍ରେସ କୋଷାଧ୍ୟକ୍ଷା ପ୍ରତିମା କର, ନଗର କଂଗ୍ରେସ ସଭାପତି ନାରାୟଣ ସାମନ୍ତ, ପୂର୍ବତନ ନଗର କଂଗ୍ରେସ ସଭାପତି ଦିଲ୍ଲୀପ ଦାଶ, ସାଧାରଣ ସମ୍ପାଦକ ହୃଷିକେଶ ପତି, ବିଞ୍ଝାରପୁର ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦାସ, ଅବଦୁଲ ସଲିମ, ନିତାଇ ଚାନ୍ଦ ମହାନ୍ତି, ଦଳିତ ସେଲର ସଭାପତି ଦୁର୍ଯ୍ୟୋଧନ ବେହେରା, ଅକ୍ଷୟ ଶତପଥି, ଅନୀଲ ମହାନ୍ତି, ବିଦ୍ୟାଧର ବାରିକ, ସଂଗ୍ରାମ ଜେନା, ସନ୍ତୋଷ ବେହେରା, ଶରଦେନ୍ଦୁ ପତି, ଅବଦୁଲ ଆଲିମ, ମିଡ଼ିଆ ସେଲର ଆଦିତ୍ୟ ମହାନ୍ତି, ନବକିଶୋର ଦାସ, ବିଜୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।