ଭୁବନେଶ୍ୱର : ରାଜ୍ୟ ସରକାର ବିଧାନସଭା ମେଡିକାଲ ଅଧିକାରୀ ଲଳିତ ବେହେରାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ନେଇ ବିବାଦରେ ଥିଲେ । ଶ୍ରୀ ବେହେରା ଚାକିରିରୁ ନିଲମ୍ବିତ ହୋଇଛନ୍ତି । ରୋଗୀ ଜଣକ ବିଧାନସଭା ଡିସପେନ୍ସରୀକୁ ମଧ୍ୟ ଆସିଥିଲେ । ଶ୍ରୀ ବେହେରା ରୋଗୀଙ୍କୁ ନେଇ ଆବଶ୍ୟକୀୟ ନିୟମ ପାଳନ କରିନଥିଲେ। ବର୍ତ୍ତମାନ ଶ୍ରୀ ବେହେରା ଭୁବନେଶ୍ୱର ଛାଡ଼ି ନଯିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।
https://onakhabar.com/2020/03/27/chief-minister-naveen-pattanayak/