15.1 C
Bhubaneswar
Wednesday, January 22, 2025
Homeଓଡିଶାନୀଳାଚଳ ଇସ୍ପାତ ଗଣଧାରଣା

ନୀଳାଚଳ ଇସ୍ପାତ ଗଣଧାରଣା

ଯାଜପୁର: କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷିତ ପୁଞ୍ଜି ପ୍ରତ୍ୟାହାରର ଘରୋକରଣ ନିଷ୍ପତ୍ତିର ପୁନର୍ବିଚାର ଓ ପ୍ରତ୍ୟାହାର ଦାବିରେ ନୀଳାଚଳ ଇସ୍ପାତ ଫାଟକ ସମ୍ନାରେ ଚାଲିଥିବା ଗଣଧାରଣା ୫୪ ଦିନର ପହଞ୍ଚିଲା । ରାଜ୍ୟ ସରକାର ନିରବ । ଓଡ଼ିଶାର ସ୍ଵାର୍ଥ ,ଏବଂ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭରଶୀଳ ୧୦ ହଜାର କର୍ମଜୀବୀଙ୍କ ଭବିଷ୍ୟତ ଅନିଶ୍ଚିତ ଆଡକୁ ଠେଲିହୋଇ ଯାଉଥିବା ବେଳେ କୌଣସି ଉଚ୍ଚସ୍ତରୀୟ ବୈଠକ ବସୁନି କିମ୍ବା ବିଧାନସଭା ବା ଲୋକସଭାରେ ପ୍ରଶ୍ନ ଉଠୁନି । କାରଖାନାର କୋକଭେନ ଓ ପାୱାରର୍ପ୍ଲାଣ୍ଟକୁ ଛାଡିଦେଲେ ସମସ୍ତ ୟୁନିଟ ୮ ମାସ ହେଲା ବନ୍ଦ ରହିଛି । ନିୟମିତ ଦରମା ମିଳୁନି ।୧୮ ବର୍ଷ ଧରି କାମ କରିଆସୁଥିବା ୧୦୨ ଠିକା ଶ୍ରମିକ ଛଟେଇକୁ ନେଇ ଉତେଜନା ବଢିବାରେ ଲାଗିଛି ଓ ଆନ୍ଦୋଳନ ଉଗ୍ରରୂପ ନେଉଛି । ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ନେତୃତ୍ବରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ସମସ୍ତ କର୍ମଚାରୀ ,ବିସ୍ଥାପିତକୁ ନେଇ ଗଠିତ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ ଉଚ୍ଚସ୍ତରୀୟ ବୈଠକରେ ସମସ୍ୟାର ସମାଧାନ ଦିଗରେ ଆଲୋଚନା ପାଇଁ ଦାବି କରିଛି । ନୀଳାଚଳ ନିଜସ୍ୱ ଖଣି ଖନନ କିରି କାରଖାନାକୁ ଚଳାଇଲେ ବାର୍ଷିକ ହାରାହାରି ୨୫୦୦ କୋଟି ଲାଭ କରିପାରିବ ବୋଲି ବିଧାନସଭା ଓ ଲୋସଭାରେ ଆଲୋଚନା ପାଇଁ ପ୍ରସ୍ତାଵ ରଖିଛି । ନଚେତ ବାଧ୍ୟହୋଇ ନୀଳାଚଳ ବଞ୍ଚାଓ ମିଳିତ ମଞ୍ଚ , କେନ୍ଦ୍ରିୟ ଟ୍ରଡେ ୟୁନିୟନ ,ଜିଲ୍ଲା ଓ ରାଜ୍ୟ କଂଗ୍ରେସ, କଳିଙ୍ଗନଗର ଓକିଲ ସଂଘ, ବିଭିନ୍ନ ସାମାଜିକ ସଂଗଠନ ମିଲତ ହୋଇ ବିଧାନସଭା ଓ ଲୋକସଭା ଘେରାଉ କରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking