28.1 C
Bhubaneswar
Friday, March 29, 2024
Homeଓଡିଶାଆଜିଠାରୁ ବଣ୍ଟା ଯିବ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’

ଆଜିଠାରୁ ବଣ୍ଟା ଯିବ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’

ଭୁବନେଶ୍ୱର: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ତଥା ପଞ୍ଚାୟତିରାଜ ଦିବସଠାରୁ ପକ୍କାଘର ପାଇବାକୁ ଯୋଗ୍ୟ ହିତାଧିକାରୀଙ୍କୁ ‘ବିଜୁ ପକ୍କା ଘର ଯୋଗ୍ୟତା କାର୍ଡ’ ବଣ୍ଟନ କରାଯିବ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିବେ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ରାଜ୍ୟର ୨୦ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ପକ୍କାଘର ଯୋଗାଇଦେବେ । ଆଜିଠାରୁ ଏହି ଯୋଗ୍ୟତା କାର୍ଡ ବଣ୍ଟନ କରାଯିବ ।
ରାଜ୍ୟ ପଚାଂୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଘର ପାଇବାକୁ ଥିବା ସମସ୍ତ ହିତାଧିକାରୀଙ୍କୁ ଚିହ୍ନଟ କରି ଏଭଳି କାର୍ଡ ପ୍ରଦାନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବାପରେ ଆଜିଠାରୁ କାର୍ଡ ବଣ୍ଟନ ପ୍ରକ୍ରିୟା ଆରମ୍ଭ ହେବ । ବିଡିଓମାନେ ଏଥିପାଇଁ ବ୍ଲକ, ପଚାଂୟତ ଓ କ୍ଲଷ୍ଟର ସ୍ତରରେ କ୍ୟାମ୍ପମାନ ଆୟୋଜନ କରିବେ । ୫୦ଟି ନିର୍ବାଚନମଣ୍ଡଳୀରେ ମନ୍ତ୍ରୀମାନେ ଉପସ୍ଥିତ ରହି ଏହି କାର୍ଡ ବାଣ୍ଟିବେ । କେଉଁ ମନ୍ତ୍ରୀ କେଉଁ ସ୍ଥାନରେ କାର୍ଡ ବାଣ୍ଟିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ତାଲିକା ପ୍ରସ୍ତୁତ କରାଯାଇଛି । ଏଥିସହ ଯେଉଁ ବ୍ଲକରେ ମନ୍ତ୍ରୀଙ୍କୁ ଦାୟିତ୍ବ ଦିଆ ନ ଯାଇଛି ସେଠାରେ ବିଧାୟକମାନେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ । ଯେଉଁମାନେ ଏହି କାର୍ଡ ପାଇବାରୁ ବଞ୍ଚିତ ହେବେ ସେମାନେ ବ୍ଲକ କାର‌୍ୟ୍ୟାଳୟରେ ଦରଖାସ୍ତ ଦେବେ । ତାଙ୍କ ଦରଖାସ୍ତକୁ ତଦନ୍ତ କରାଯାଇ କାର୍ଡ ପାଇବାକୁ ଯୋଗ୍ୟ କି ନାହିଁ ସେନେଇ ନିଷ୍ପତ୍ତି ନିଆଯିବ ବୋଲି ପଞ୍ଚାୟତିରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।
ପ୍ରକାଶିତ ଗାଇଡ୍ଲାଇନ୍ରେ କୁହାଯାଇଛି ଯେ ପ୍ରତି ବ୍ଲକର ବିଡିଓ ‘www.rhodisha.gov.in’ ୱେବସାଇଟ୍ରୁ ପକ୍କା ଘର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଡାଉନଲୋଡ୍ କରି ହୋଲୋଗ୍ରାମ ଲଗାଇ ହିତାଧିକାରୀମାନଙ୍କୁ ଦେବାର ବ୍ୟବସ୍ଥା କରିବେ । ଏହି କାର୍ଡ ବିଭାଗ ପକ୍ଷରୁ ଡିଆରଡିଏ ମାଧ୍ୟମରେ ବିଡିଓମାନଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳମାନେ ପ୍ରତି ବ୍ଲକ ପାଇଁ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଦାୟିତ୍ବ ଦେବେ । ଯେଉଁମାନେ କି କାର୍ଡରେ ସଠିକ୍ ନାମ ପ୍ରବେଶ କରାଇବେ । ୫୦୦ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ପାଇଁ ଗ୍ରାମ ପଞ୍ଚାୟତ/କ୍ଲଷ୍ଟର/ବ୍ଲକସ୍ତରରେ କ୍ୟାମ୍ପ ଆୟୋଜନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking