ଗଂଜାମ: ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ଅଧିନ କଂଟିୟାଗଡ଼ ସମୁଦ୍ର କୂଳରେ ବହୁ ମାତ୍ରା ରେ ମଲା ଅଲିଭ ରିଡେଲ କଇଁଚ ଗୁଡିକ ବହୁ ଦିନ ହେଲା ମରି ରହିଥିବା ଦେଖିବାକୁ ମିଳିଛି। ଏହାକୁ ପୋତା ଯାଉ ନଥିବାରୁ ସମୁଦ୍ର କୂଳ ପୁତି ଗନ୍ଧମୟ ହେଉଛି। ବହୁ ଦିନ ରହିବା ଫଳରେ ତାହା ପଚିଶାଢ଼ୀ ଦୃଗନ୍ଧ ହଉଛି। ଏପରିକି କିଛି କଇଁଚ ଗୁଡିକୁ କୁକୁର ଝୁଣି ଝୁଣି ଖାଉଥିବା ଦେଖିବାକୁ ମିଳିଛି। ସରକାର କାଇଁଚ ସୁରକ୍ଷା ପାଇଁ ବହୁ ପଦକ୍ଷେପ ନେଉଥିବା ବେଳେ ବନବିଭାଗ ର ଆନ୍ତରିକତା ଅଭାବରୁ କଇଁଚଙ୍କ ସୁରକ୍ଷା ପ୍ରତି ପ୍ରଶ୍ନବଚି ସୃଷ୍ଟି ହୋଇଛି। ଏପରିକି ଉକ୍ତ ସ୍ଥାନରେ ବନବିଭାଗର ଏକ ଅସ୍ଥାୟୀ କ୍ୟାମ୍ପ କରାଯାଇଥିବା ବେଳେ କୌଣସି କର୍ମଚାରୀ ସେଠାରେ ରହୁ ନଥିବା ଦେଖିବାକୁ ମିଳିଛି। ଗତଥର କୌଣସି କାରଣ ବଶତଃ ଅଲିଭ ରିଡେଲ କାଇଁଚ ଅଣ୍ଡା ଦେବା ପାଇଁ ଆସିନଥିବା ବେଳେ ଚଳିତ ଥର ଆସିବାର ସମ୍ଭବନା ରହିଛି। ଏହି ଦୃଷ୍ଟିରୁ ସମୁଦ୍ର କୂଳ ସଫା ରଖିବା ବନ ବିଭାଗକୁ କୁହାଯାଇଥିବା ବେଳେ ବହୁ ମାତ୍ରାରେ ଆବର୍ଜନା କୁଢ଼କୁଢ଼ ଦେଖିବାକୁ ମିଳୁଛି। କଇଁଚ ଗୁଡିକର ମୃତ୍ୟୁର କାରଣ ଜଣାପଡିନଥିବା ବେଳେ କିଛି ଲୋକ ଟ୍ରଲର ମାଡରେ ଏହା ମରିଥାଏ ବୋଲି କହିଛନ୍ତି। ଉକ୍ତ ସମୁଦ୍ର କୂଳରେ ବଟେଶ୍ୱର ମନ୍ଦିର ରହିଥିବାରୁ ବହୁ ମାତ୍ରlରେ ପ୍ରଯ୍ୟଟକ ଆସିଥାନ୍ତି। ସେମାନେ ସମୁଦ୍ର କୂଳ ବୁଲି ବାକୁ ଗଲେ ମଲା କଇଁଚଙ୍କ ଦୃଗନ୍ଧ ଆସୁଥିବାରୁ ସେଠାରୁ ମୁହଁ ଫେରାଇ ଦେଉଛନ୍ତି। ଯାହା ଫଳରେ ସେଠାକାର ସ୍ଥାନୀୟ ଲୋକ ବାଧ୍ୟହୋଇ ମଲା କଇଁଚ ଗୁଡିକୁ ନିଜେ ଗତ ଖୋଲି ପୋତୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ସରପଞ୍ଚ ଦିଲ୍ଲୀପ ଛୋଟରାୟ କହିବା ଅନୁଯାୟୀ ପରିବେଶ ସଫା ରଖିବା ସମେତ ଫିସେରି, ଜଙ୍ଗଲ ଓ ମେରାଇନ ପୋଲିସ ମିଳିମିଶି କଡା ପାଟ୍ରୋଲିଂର ଆବଶ୍ୟକ ରହିଛି। ଏଥି ସହ ଏହାକୁ ରୋକିବା ଦିଗରେ ଜିଲ୍ଲା ପ୍ରସାଶନ ପକ୍ଷରୁ ବହୁ ପଦକ୍ଷେପ ଆବଶ୍ୟକ ବୋଲି ଦାବୀ କରିଛନ୍ତି। ସୂଚନା ଥାଉକି ଗଞ୍ଜାମ ସମୁଦ୍ର ଋଷିକୂଲ୍ୟା ମୁହାଣ ଜଳବାୟୁ ଉପଯୁକ୍ତ ଥିବାରୁ କଇଁଚ ମାନେ ଏଠାକୁ ଅଣ୍ଡା ଦେବା ପାଇଁ ଆସିଥାନ୍ତି।