34.1 C
Bhubaneswar
Friday, March 29, 2024
Homeଓଡିଶାଭୁବନେଶ୍ୱର ଏୟାରପୋର୍ଟ ଘଟଣା : ଯାଞ୍ଚ କରିବ ଟେକ୍ନିକାଲ ଟିମ୍‌

ଭୁବନେଶ୍ୱର ଏୟାରପୋର୍ଟ ଘଟଣା : ଯାଞ୍ଚ କରିବ ଟେକ୍ନିକାଲ ଟିମ୍‌

ଭୁବନେଶ୍ୱର : ଭୁବନେଶ୍ୱର ଏୟାରପୋର୍ଟ ନିର୍ମାଣାଧୀନ ବିଲ୍ଡିଂ ଭୁଶୁଡ଼ିବା ଘଟଣାର ଯାଞ୍ଚ ଖୁବ୍‌ ଶୀଘ୍ର ଆରମ୍ଭ ହେବ । ଏହାର ତଦନ୍ତ ନିମନ୍ତେ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଏକ ଟେକ୍ନିକାଲ ଟିମ୍‌ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଏଇ ମୁଖ୍ୟାଳୟରେ ଏନେଇ ତଦନ୍ତ କମିଟି ଗଠନ କରାଯିବ। ଖୁବ ଶୀଘ୍ର କମିଟି ଭୁବନେଶ୍ୱର ଆସି ତଦନ୍ତ କରିବ। ସମସ୍ତ ତଥ୍ୟ ପ୍ରମାଣ ଭିତ୍ତିରେ ଆମେ ପୁଲିସ୍‌ରେ ଅଭିଯୋଗ କରିବୁ ବୋଲି କହିଛନ୍ତି ବିମାନ ବନ୍ଦର ନିର୍ଦ୍ଦେଶକ। ଏଥିସହ ମୃତାହତଙ୍କୁ କ୍ଷତିପୂରଣ ଦେବା ଦାୟିତ୍ୱ ସମ୍ପୃକ୍ତ ଠିକାଦାର ସଂସ୍ଥାର ବୋଲି ସେ କହିଛନ୍ତି। ଅପରପକ୍ଷେ କମିଶନରେଟ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରି ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି । ପୁଲିସ୍‌ ଦିଲୀପଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି ।
https://onakhabar.com/2020/01/25/rape-case-in-bhubaneswar/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking