ଡେରାଡୁନ୍ : କାଶ୍ମୀରର ଗୁଲମର୍ଗରେ ମୁତୟନ ଥିବା ଡେରାଡୁନ ନିବାସୀ ଭାରତୀୟ ଯବାନ ରାଜେନ୍ଦ୍ର ସିଂହ ନେଗୀ ବରଫରେ ଖସିଯାଇ ପାକିସ୍ତାନ ସୀମାରେ ପହଞ୍ଚି ସେଠାରୁ ନିଖୋଜ ହୋଇଯାଇଛନ୍ତି। ରାଜେନ୍ଦ୍ର ସେନାରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ବିଷୟରେ କୌଣସି ସୂଚନା ମିଳିପାରି ନାହିଁ।
ରାଜେନ୍ଦ୍ରଙ୍କ ପତ୍ନୀ ରାଜେଶ୍ୱରୀ ଦେବୀଙ୍କ କହିବାନୁସାରେ, ଗତ ୮ ତାରିଖରେ ସେ ରାଜେନ୍ଦ୍ରଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ।ଏହାପରଠାରୁ ତାଙ୍କ ସାଥିରେ ମୁଁ ଆଉ ଜମା କଥା ହୋଇପାରୁ ନାହିଁ ।। ପରିବାର ଲୋକେ ସେନାଙ୍କୁ ତାଙ୍କ ବିଷୟରେ ପଚାରିବାପରେ ରାଜେନ୍ଦ୍ର ନିଖୋଜ ଅଛନ୍ତି ଓ ତାଙ୍କୁ ଖୋଜାଯାଉଛି ବୋଲି କୁହାଯାଇଥିଲା। ଅପର ପକ୍ଷରେ ପରିବାର ଲୋକେ ଖୁବ୍ ଚିନ୍ତିତ ହେବା ସହ କନ୍ଦାକଟା କରୁଛନ୍ତି। ରାଜେନ୍ଦ୍ରଙ୍କୁ ଶୀଘ୍ର ଫେରାଇ ଆଣିବାକୁ ପରିବାର ଲୋକେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
https://onakhabar.com/2020/01/12/two-terrorists-killed-in-encounter-in-tral/