34.1 C
Bhubaneswar
Thursday, April 25, 2024
Homeଓଡିଶାଜେଲରୁ ଯାଇ ମା’ଙ୍କ ଅନ୍ତ୍ୟେଷ୍ଟି କଲେ ପୁଞ୍ଜିଲାଲ

ଜେଲରୁ ଯାଇ ମା’ଙ୍କ ଅନ୍ତ୍ୟେଷ୍ଟି କଲେ ପୁଞ୍ଜିଲାଲ

ବଲାଙ୍ଗୀର,(ଦେବାଶିଷ ମିଶ୍ର) : ଶନିବାର ରାତିରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା । ତେଣୁ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବା ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ପୁଞ୍ଜିଲାଲ ପାଟଣାଗଡ କୋର୍ଟରେ ଆବେଦନ କରିଥିଲେ । କୋର୍ଟ ଆବେଦନର ବିଚାର କରି ମା’ଙ୍କ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗଦେବା ପାଇଁ ୨୪ ଘଂଟାର ମହଲତ ପ୍ରଦାନ କରିଥିଲେ । ପୁଞ୍ଜିଲାଲ ମେହେରଙ୍କୁ ରବିବାର ପୁଲିସର କଡା ସୁରକ୍ଷା ବଳୟ ଭିତରେ ପାଟଣାଗଡ ନିଆଯାଇଥିଲା । ପୁଞ୍ଜିଲାଲଙ୍କ ସହିତ ତାଙ୍କ ମା’ଙ୍କ ଶବକୁ ମଧ୍ୟ ଶବାଗୃହରେ ରଖାଯାଇଥିବା ଫ୍ରିଜରରୁ କଢାଯାଇ ପାଟଣାଗଡ ନିଆଯାଇଥିଲା ।
ପୁଞ୍ଜିଲାଲ ଏକମାତ୍ର ପୁତ୍ର ହୋଇଥିବାରୁ ତାଙ୍କ ମା’ଙ୍କୁ ମୁଖାଗ୍ନି ଦେଇଥିଲେ । ତେବେ ଶନିବାର ସନ୍ଧ୍ୟା ହୋଇ ଯାଇଥିବାରୁ ପୁଞ୍ଜିଲାଲ ଜେଲରୁ ବାହାରିନଥିଲେ । ରବିବାର ପୁଲିସ ତଥା ପୁଞ୍ଜିଲାଲଙ୍କ ପରିବାର ଲୋକ କୋର୍ଟ ଅର୍ଡର ଆଣି ଜେଲରେ ପହଂଚିବା ପରେ ରହିଥିବା ବିଭିନ୍ନ ପ୍ରକ୍ରିୟାର ପାଳନ କରାଯିବ ପରେ କଡା ପୁଲିସ ସୁରକ୍ଷା ମଧ୍ୟରେ ପୁଞ୍ଜିଲାଲଙ୍କୁ ଛଡା ଯାଇଥିଲା । କିନ୍ତୁ ଅନ୍ତ୍ୟେଷ୍ଟି କ୍ରୀୟା ସରିଲା ପରେ ତାଙ୍କୁ ଜେଲ ହାଜତକୁ ଅଣାଯିବ ବୋଲି ବଲାଙ୍ଗୀର ଜେଲ ର ଜେଲର କହିଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ପାଟଣାଗଡ ରେ ପାର୍ସଲ ବୋମା ବିସ୍ଫୋରଣ କାଣ୍ଡ ଘଟିଥିଲା । ଏଥିରେ ନବ ବିବାହିତ ସୌମ୍ୟ ରଞ୍ଜନ ସାହୁ ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିବା ବେଳେ ସୌମ୍ୟଙ୍କ ପତ୍ନୀ ରୀମା ଗୁରୁତର ଆହତ ହୋଇ ଦୀର୍ଘଦିନ ଧରି ଚିକିତ୍ସିତ ହେଲା ପରେ ସୁସ୍ଥ ହୋଇଥିଲେ । କ୍ରାଇମବ୍ରାଞ୍ଜ ଏହି ଘଟଣାର ତଦନ୍ତ କରି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା । ସେହି ଅପରାଧରେ ପୁଞ୍ଜିଲାଲ ବଲାଙ୍ଗୀର ଜେଲରେ ବିଚରାଧିନ ଭାବରେ ରହିଛନ୍ତି । ତେବେ ତାଙ୍କ ମା’ଙ୍କ ମୃତ୍ୟୁ ଯୋଗୁଁ ଜାମିନ ପ୍ରଦାନ ପାଇଁ ପାଟଣାଗଡ କୋର୍ଟରେ ଶନିବାର ଆବେଦନ କରିଥିଲେ । ତେବେ କୋର୍ଟ ତାଙ୍କ ଜାମିନକୁ ଖାରଜ କରି ଦେଇଥିଲେ ।
ହେଲେ ମା’ଙ୍କ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବା ପାଇଁ କୋର୍ଟ ପୁଞ୍ଜିଲାଲଙ୍କୁ ୨୪ ଘଂଟାର ମହଲତ ପ୍ରଦାନ କରିଥିଲେ । କଡା ପୁଲିସ ସୁରକ୍ଷା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବାପରେ ତାଙ୍କୁ ପୁଣି ଜେଲକୁ ଫେରାଇ ଆଣିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରବିବାର ଜେଲରୁ ବାହାରି ଅନ୍ତ୍ୟେଷ୍ଟି କ୍ରୀୟାରେ ଯୋଗ ଦେବାକୁ ଯାଉଥିବା ବେଳେ ପୁଞ୍ଜିଲାଲ ସମ୍ପୂର୍ଣ୍ଣ ମ୍ରିୟମ୍ରାଣ ହୋଇ ପଡିଥିଲେ । ଦୁନିଆରେ ମତେ ସବୁଠାରୁ ଅଧିକ ଭଲ ପାଉଥିବା ଓ ସ୍ନେହ କରୁଥିବା ମୋ ମା’ମତେ ଛାଡି ଚାଲିଗଲା ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking