14.1 C
Bhubaneswar
Friday, January 10, 2025
Homeଓଡିଶାଜଗିଲେ ଆଦିବାସୀ : ଜମି ମାପିବାକୁ ଆସିଲେନି ତହସିଲଦାର

ଜଗିଲେ ଆଦିବାସୀ : ଜମି ମାପିବାକୁ ଆସିଲେନି ତହସିଲଦାର

ଚୌଦ୍ୱାର : ଟାଙ୍ଗି ଚୌଦ୍ୱାର ତହସିଲର ମହିଁଷାଲଣ୍ଡ ପଞ୍ଚାୟତ ଆମ୍ବିଳିଝରି ଆଦିବାସୀ ଗାଁରେ ୧୦ ଏକରରୁ ଅଧିକ ଜଙ୍ଗଲ ଜମିକୁ କିଛି ଲୋକ ପ୍ରଶାସନିକ ଅଧିକାରୀକୁ ଟେକିଦେବା ପାଇଁ ବ୍ୟସ୍ତ ବ୍ୟଗ୍ରତାକୁ ଆମ୍ବିଳିଝରି ଅଅଦିବାସୀ ଲୋକମାନେ ଧନୁତୀର ଧରି ପ୍ରସ୍ତୁତ ରହିବା ଘଟଣା ପରେ ପ୍ରଶାସନର ନିରବତାକ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାବେଳେ ଉତ୍ତେଜନା ଲାଗି ରହିଛି । ପ୍ରକାଶ ଯେ ଏହି ଗାଁର ୧୦ ଏକର ଜଙ୍ଗଲ ଜମିକୁ ପର୍ଶୁରାମ ଗୌଡ଼ ୧୯୬୫ ମସିହାରେ ସଂରକ୍ଷିତ(ଝାଡ) ଜଙ୍ଗଲ ଜମିକୁ ତା’ ନାମରେ ଜାଲ ପଟ୍ଟା କରାଇ ନେଇତାକୁ ଦିଲ୍ଲିର ଜଣେ ଜମି ମାଫିଆକୁ ସ୍ଥାନୀୟ ଦଲାଲମାନେ କିଷମ ଶାରଦ ବଦଳାଇ ବିକ୍ରି କରିଦେଇଥିଲେ । ଏପରିକି ପଟ୍ଟାରେ ପର୍ଶୁରାମର ବାପାର ନାମ ଅଭି ରାଉତ ଥିବାର ଜଣାପଡ଼ିଛି । ଏହି ଜମିର କୌଣସି ନକ୍ସାରେ ଚିହ୍ନଟ କି ସ୍କେଚ୍ ନଥିବାବେଳେ ଗାଁର ଲୋକମାନେ ଜଙ୍ଗଲ ବିଭାଗର ସହାୟତାରେ ଶାଗୁଆନ, ଶାଳ, ପିଆଶାଳ ବିଭିନ୍ନ ଦାମି ଗଛ ଲଗାଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରିଥିଲେ । ୫୦ ବର୍ଷ ପରେ ପୁଲିସ ଓ ତହସିଲର ସହାୟତାରେ ହଠାତ ଜମିକୁ ଦଖଲ କରିବା ପାଇଁ ଉଦ୍ୟମକୁ ଆଦିବାସୀମାନେ ବିରୋଧ କରୁଛନ୍ତି । ଏହା ସହିତ ଏହି ଘଟଣା ଉପରେ ଜିଲ୍ଲାପାଳଙ୍କ ଦୃଷ୍ଠି ଆର୍କଷଣ କରିଥିବା ବେଳେ ଜିଲ୍ଲାପାଳ ଏହା ଉପରେ ତଦନ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହାକୁ ତହସିଲଦାର ଓ ଏଡିଏମ୍ ଓ ପୁଲିସ ନମାନି ଜମି ମାଫିଆ ପାଇଁ ଏତେ ଦରଦ ଦେଖାଇବା ତାଙ୍କର ଭୂମିକାକୁ ନେଇ ସନ୍ଦେହ ଦେଖାଦେଇଛି । ଏହି ଘଟଣାରେ ଚୌଦ୍ୱାର ଥାନା ଅଧିକାରୀ ପଦ୍ମନାଭ ପ୍ରଧାନଙ୍କୁ କୁ ପଚାରିବାରୁ ସେ କହିଲେ ତାଙ୍କ ପାଖକୁ ଏକ ତହସିଲରୁ ଚିଠି ଆସିଥିଲା । ନିୟମ ଅନୁସାରେ ସେ ସହେଯାଗ କରିବେ । ଏପଟେ ତହସିଲ ଓ ଏଡିଏମ୍ ସହିତ ଯୋଗାଯୋଗ ହୋଇ ପାରି ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking