29.1 C
Bhubaneswar
Sunday, May 19, 2024
Homeଅପରାଧଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ଅଜଣା ଗାଡି ଧକ୍କାରେ ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା-ଖଡିଆଳ ୫୯ ନମ୍ବର ଜାତୀୟ ରାଜପଥ ବରୋବାହାଲ ଗାଁ ର ଡିକୁ ଢାବା ନିକଟରେ ଶୁକ୍ରବାର ସନ୍ଧ୍ୟା ରେ ଦୁଇ ଜଣ ସାଙ୍ଗ ଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳ ହିଁ ଦୁଇ ଜଣ ସାଙ୍ଗ ଙ୍କ ମୃତ୍ୟୁ ହୋଇଯାଇଥିବା ସୂଚନା ମିଲିଛି ।
ସୂଚନା ଅନୁଯାୟୀ, ,ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗନ୍ଧରାବନ୍ଧ ପଂଚାୟତ ବରୋବାହାଲ ଗାଁର ତୁଲେଶ୍ୱର ପୁଟେଲ ଙ୍କ ପୁଅ ବିଜୟ ପୁଟେଲ(୨୩) ଓ ଗଣପତି ପୁଟେଲଙ୍କ ପୁଅ ଜିତେନ୍ଦ୍ର ପୁଟେଲ(୨୨) ଦୁଇ ଜଣ ସାଙ୍ଗ ମିଶି ସବୁଦିନ ପରି ଶୁକ୍ରବାର ମଧ୍ୟ କେନାଲକୁ ଶୌଚ କରିବା ପାଇଁ ଯାଇ ଫେରୁଥିବା ବେଳେ ଡିକୁ ଢାବା ନିକଟ ରେ ପଛପଟୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଉଭୟଙ୍କ ଅଧିକ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଦମକଳ ଗାଡି ରେ କଂଟାବାଞ୍ଜି ଡାକ୍ତର ଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ବିଜୟ କଂଟାବାଞ୍ଜି କେଭି କଲେଜ ଯୁକ୍ତ ଦୁଇ କମର୍ସ ଛାତ୍ର ଥିବା ବେଳେ ଜିତେନ୍ ଏକ କୋଏଲ ବାଇଣ୍ଡିଙ୍ଗ ଦୋକାନ ରେ କାମ କରୁଥିଲେ । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଶନିବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking