34.1 C
Bhubaneswar
Friday, March 29, 2024
Homeଅପରାଧଶାଳକାଠ ବୋଝେଇ ଅଟୋ ଜବତ : ୨ ଗିରଫ

ଶାଳକାଠ ବୋଝେଇ ଅଟୋ ଜବତ : ୨ ଗିରଫ

ଦଶପଲ୍ଲା : ଦଶପଲ୍ଲା ବନବିଭାଗ ପକ୍ଷରୁ ଗୁରୁବାର ରାତିରେ ଚଢ଼ଉ କରାଯାଇ ଶାଳ ସାଇଜ୍ ସମେତ ଶାଳ ଲଗ୍ ଏବଂ ଗୋଟିଏ ଅଟୋ ଜବତ କରାଯାଇଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ବନପାଳ ମନୋଜ ପ୍ରଭାକର ସାହୁଙ୍କ ସମେତ ବନରକ୍ଷୀ ନାରାୟଣ ମହାପାତ୍ର, ସନ୍ତୋଷ କୁମାର ଦୋରା ଏବଂ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରଥମେ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ନେଳିଗୁଡ଼ା ଗ୍ରାମ ନିକଟରୁ ଏକ ଅଟୋ ଯୋଗେ ୧୦ଟି ଶାଳ ସାଇଜ୍ ଚାଲାଣ ବେଳେ ଏହାକୁ ଜବତ କରି ଜଣଙ୍କୁ ଗିରଫ କରିଥିଲେ । ଗିରଫ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ନାହାକପଡ଼ା ଗ୍ରାମର ସୁଦାମ ବେହେରା(୩୫) । ଜବତ ସାଇଜ୍ କାଠ ୫ ଘନଫୁଟ ହୋଇଥିବାବେଳେ ଜବତ ଅଟୋ ଓ ସାଇଜ୍‌ର ମୂଲ୍ୟ ୭୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ରାତି ପ୍ରାୟ ସାଢ଼େ ୨ଟାରେ ସାକେଣୀ ସେକ୍ସନର ମଶାବାରୀ ଗ୍ରାମ ନିକଟସ୍ଥ ନଦୀ ଠାରୁ ୫ଟି ଶାଳ ଲଗ୍ ଜବତ କରିବା ସହ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତିି । ଗିରଫ ବ୍ୟକ୍ତି ଜଣଙ୍କ କୁସୁମ ଗାଡ଼ିଆ ଗ୍ରାମର ବିନୋଦ ନାୟକ(୫୦) । ଜବତ କାଠ ୨୧ ଘନଫୁଟ୍ ହୋଇଥିବାବେଳେ ଏହାର ମୂଲ୍ୟ ପ୍ରାୟ ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking