29.1 C
Bhubaneswar
Sunday, May 19, 2024
Homeଅପରାଧତେଲେଙ୍ଗାନାରେ ହତ୍ୟା ଆଗ୍ରାରେ ମୃତ ଦେହ

ତେଲେଙ୍ଗାନାରେ ହତ୍ୟା ଆଗ୍ରାରେ ମୃତ ଦେହ

ଆଗ୍ରା: ଆଗ୍ରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଜଣେ ନାବାଳିକାଙ୍କୁ ତେଲେଙ୍ଗାନାରେ ହତ୍ୟା କରଯାଇ ଥିଲା ଏବଂ ତାଙ୍କ ମୃତ ଦେହ ଆଗ୍ରାରୁ ମିଳିଥିବା ଜଣାପଡିଛି । ନାବାଳିକା ଜଣକଙ୍କ ପ୍ରକୃତ ଘର ତେଲେଙ୍ଗାନାରେ ।
ପୋଲିସ କହିବାନୁସାରେ,ନାବାଳିକା ଜଣକ ଶନିବାର ସକାଳୁ ଖେରାଗଡ଼ ସହରେ ଥିବା ତାଙ୍କ ଘର ନିକଟସ୍ଥ ପଡ଼ିଆକୁ ପ୍ରାତଃ ଭ୍ରମଣରେ ଯାଇଥିଲା । ତେବେ ନାବାଳିକା ଜଣକ ଘରକୁ ଫେରିବାରେ ବିଳମ୍ବ କରିବାରୁ ପରିବାର ଲୋକେ ଚାରିଆଡେ ବହୁତ ଖୋଜାଖୋଜି କରିବା ପରେ ଶେଷରେ ପୀଡ଼ିତାଙ୍କୁ ଏକ ସରକାରୀ ପ୍ରାଥମିକ ସ୍କୁଲ୍ ନିକଟରେ ମୃତାବସ୍ଥାରେ ପାଇଥିଲେ ।ନାବାଳିକାଙ୍କ ଶରୀର ସାରା ରକ୍ତ ଲାଗିଥିଲା । ନାବାଳିକାଙ୍କ ନିକଟରେ ପଡ଼ିଥିବା ତାଙ୍କ ମୋବାଇଲ୍ ଫୋନ୍ଜବତ କରାଯାଇଛି । ପୁଲିସ୍ ଫୋନ କଲ୍ ଓ ମେସେଜ୍ ଚେକକରି ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାରୀଙ୍କୁ ଧରିବା ପାଇଁ ପୋଲିସ ତନାଘନା ଚଳାଇଛି । ତେବେ, କିଏ ଓ କାହିଁକି ନାବାଳିକାଙ୍କୁ ଏପରି ହତ୍ୟା କରିଛି ତାହା ଜାଣିବା ପାଇଁ ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking