39.1 C
Bhubaneswar
Wednesday, April 24, 2024
Homeଓଡିଶାଓଡିଶା ବ୍ୟାଡମିଟନ ଆସୋସିଏସନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

ଓଡିଶା ବ୍ୟାଡମିଟନ ଆସୋସିଏସନ କର୍ମକର୍ତ୍ତାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର : ଓଡିଶା ରାଜ୍ୟ ବ୍ୟଡମିଟନ ଆସୋସିଏସନର ନବ ନିର୍ବାଚିତ ସଭାପତି ଇଂଜିନିୟର ରୋହିତ ପୂଜାରୀ (ଓଡିଶା ସରକାରଙ୍କ ଉପ ମୁଖ୍ୟ ସଚେତକ) ଓ ଅନ୍ୟ କର୍ମକର୍ତା ଓ ସଦସ୍ୟମାନେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ବେଳେ ବ୍ୟାଡମ୍ଟନ ଆସୋସିଏସନ ଅଫ ଇଣ୍ଡିଆର ସମ୍ପାଦକ (ଇଭେଣ୍ଟସ୍) ଓମାର ରସିଦ,ସମ୍ପାଦକ(କୋଚିଂ ଓ ଡେଭଲପମେଣ୍ଟ) କେଏମ ଜୟସ୍ୱାର ଓ ଯୁଗ୍ମ ସଚିବ କେ ପ୍ରଭାକର ରାଓ ଏବଂ ଓଡିଶା କ୍ରୀଡା ପରିସରର ପ୍ରତିନିଧି ତଥା ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗର ବୈଷୟିକ ସଦସ୍ୟ ରାଜେନ୍ଦ୍ର ପ୍ରସାଦ ପାଣି ଉପସ୍ଥିତ ଥିଲେ । ଶ୍ରୀ ପୂଜାରୀଙ୍କ ସହ ଆସୋସିଏସନର ସଭାପତି ମିହିର ରାଏ,ଉପ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ,ଅନରାରୀ ସମ୍ପାଦକ ନିଲେନ କୁମାର ,ଯୁଗ୍ମ ସମ୍ପାଦକ ସୁଶାନ୍ତ ବଳ ,ଯୁଗ୍ମ ସମ୍ପାଦକ ସନ୍ଦିପ ମିଶ୍ର , କୋଷାଧ୍ୟକ୍ଷ ପ୍ରଦୀପ କୁମାର ମହାନ୍ତି,ପରିଷଦ ସଦସ୍ୟ ମନୋରଂଜନ ଦାସ,ମହମ୍ମଦ ଫିଆଜ ଜାଫର ଓ ବିଶ୍ୱ ରଂଜନ ଦଳେଇ ଶପଥ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ଦାୟିତ୍ୱ ଗ୍ରହଣ କରିବା ପରେ ନବ ନିର୍ବାଚିତ କାର୍ଯ୍ୟକର୍ତାମାନେ କାର୍ଯ୍ୟକାରୀ କମିଟି ବୈଠକରେ ବସି ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ଖସଡା ପ୍ରସ୍ତୁତ କରିଛନ୍ତି । ଓଡିଶାରେ କିପରି ବ୍ୟାଡମିଟନ ଖେଳର ବିକାଶ ହେବ ଓ ଭବିଷ୍ୟତରେ କିପରି ରାଜ୍ୟ ଏହି କ୍ରୀଡାରେ ଶୀର୍ଷ ସ୍ଥାନକୁ ଯିବ ସେନେଇ ଆଲୋଚନା କରା ଯାଇଥିଲା । ବ୍ୟାଡମିଟନ ଆସୋସିଏସନ ଅଫ ଇଣ୍ଡିଆର ପ୍ରତିନିଧି ମାନେ ବୈଠକରେ ଯୋଗ ଦେଇ ନୂତନ କର୍ମକର୍ତାମାନଙ୍କୁ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ଓଡିଶା ବ୍ୟାଡମିଟନର ଶକ୍ତିକେନ୍ଦ୍ର ହେବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଆସନ୍ତା ୧୭ରୁ ୧୮ ମଧ୍ୟରେ ୧୫ ବର୍ଷରୁ କମ ଓ ୧୭ ବର୍ଷରୁ କମ କନିଷ୍ଠ ଜାତୀୟ ବ୍ୟାଡମିଟନ କ୍ରୀଡା ବିଭିନ୍ନ ସ୍ତରରେ ହେବ ବୋଲି ସୂଚନା ଦିଆ ଯାିଥିଲା । ପ୍ରଥମ ଥର ପାଇଁ ଓଡିଶାରେ ଜାତୀୟ ସବ ଜୁନିଆର ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ହେବାକୁ ଯାଉଛି । ଖୁବ ଶୀଘ୍ର ରାଜ୍ୟର ଅନ୍ୟ ଯେଉଁ ଜିଲ୍ଲା ଗୁଡିକ ବାଦ ପଡିଛନ୍ତି ସେମାନଙ୍କୁ ବ୍ୟାଡମିଟନ ଖେଳରେ ସ୍ୱୀକୃତି ଦେବା ପାଇଁ ନିଷ୍ପତି ହୋିଛି ।
ଦାୟିତ୍ୱ ଗ୍ରହଣ କରିବା ପରେ ଆସୋସିଏସନ ର ସଭାପତି ଇଂଜିନିୟର ରୋହିତ ପୂଜାରୀ କହିଥିଲେ ଯେ,ଏହି ଜାତୀୟ କ୍ରୀଡାର ଆୟୋଜନ ରାଜ୍ୟରେ ଆରମ୍ଭ ହୋଇଛି,କିନ୍ତୁ ଆଗକୁ ସରକାର ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରିବେ । ଓଡିସାକୁ ବ୍ୟାଡମିଟନ ହବରେ ପରିଣତ କରିବା ପାଇଁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଛନ୍ତି । ବ୍ୟାଡମିଟନର ବିକାଶ ପାଇଁ ଗୋପୀ ଚାନ୍ଦ ଏକାଡେମୀ ଓ ଆଠଟି ନୂଆ ବ୍ୟାଡମିଟନ କୋର୍ଟ ଖୁବ ଶୀଘ୍ର ଭୁବନେଶ୍ୱରରେ ହେବାକୁ ଯାଉଛି । ଓଡିଶାକୁ ଭାରତର କ୍ରୀଡା ରାଜଧାନୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ୱପ୍ନ ଥିବାରୁ ବ୍ୟାଡମିଟନ ଖେଳ ଆଗକୁ ଆହୁରି ବଢିବ । ଓଡିଶାରେ ଯେଉଁ ସବ ଜୁନିୟର ଜାତୀୟ ବ୍ୟାଡମିଟନ ଖେଳ ହେବାକୁ ଯାଉଛି ଏହା ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ସହଭାଗିତାରେ କରା ଯାଉଛି ବୋଲି ସୂଚନା ଦିଆ ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking