22.1 C
Bhubaneswar
Saturday, March 22, 2025
Homeଓଡିଶାରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଜଣ ଅତିଥି ଅଧ୍ୟାପକ

ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରେ ୯୬୩ ଜଣ ଜଣ ଅତିଥି ଅଧ୍ୟାପକ

ଭୁବନେଶ୍ୱର : ଅତିଥି ଅଧ୍ୟାପକରେ ଚାଲିଛି ପାଠପଢା । ରାଜ୍ୟର ୧୭ ବିଶ୍ୱବିଦ୍ୟାଳୟରେ ୯୬୩ ଗେଷ୍ଟ ଫାକ୍ୱଲଟି ରହିଛି । ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୯ ଅତିଥି ଅଧ୍ୟାପକ  ରହିଛନ୍ତି । ମିଳିଥିବା ସୂଚନା ମୁତାବକ, ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର ବିଧାନସଭାରେ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ପଦବୀକୁ ନେଇ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ମନ୍ତ୍ରୀ ଏ ସମ୍ପର୍କରେ ଉତ୍ତର ରଖି କହିଥିଲେ ଯେ, ରାଜ୍ୟରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟରେ ବିଭିନ୍ନ ବିଭାଗରେ ମୋଟ ୨୦୦୩ଟି ମଞ୍ଜୁରୀ ପ୍ରାପ୍ତ ଅଧ୍ୟାପକ ପଦବୀ ଅଛି । ସେ ମଧ୍ୟରୁ ୬୯୬ଟି ପଦବୀରେ ଅଧ୍ୟାପକ/ଅଧ୍ୟାପିକା କାର‌୍ୟ୍ୟ କରୁଛନ୍ତି । ଏଥିସହିତ ୧୩୦୭ଟି ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ସୂଚନା ଦେଇଥିଲେ । ଏଥିସହ ଉତ୍କଳ ବିଶ୍ୱବିଦ୍ୟାଳୟରେ ୫୯, ରେଭେନ୍ସାରେ ୮୯,ସମ୍ବଲପୁରରେ ୬୪,ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ୧୧୩, ବିକ୍ରମଦେବରେ ୭୮, ଗଙ୍ଗାଧର ମେହେର ୬୧, ଖଲ୍ଲିକୋଟରେ ୬୩, ରମାଦେବୀରେ ୮୧ ଜଣ ଅତିଥି ଅଧ୍ୟାପକ ଶିକ୍ଷାଦାନ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ଖାଲି ସେତିକି ନୁହେଁ, ରାଜ୍ୟର ଉତ୍କଳ ବିଶ୍ୱବିଦ୍ୟାଳୟରେ ୧୩୬, ରେଭେନ୍ସାରେ ୧୫୭,ଖଲ୍ଲିକୋଟରେ ୧୧୨,ରାଜେନ୍ଦ୍ରରେ ୧୦୬, ଧରଣୀଧର ବିଶ୍ୱବିଦ୍ୟାଳୟରେ ୧୧୧ ପ୍ରଫେସର ପଦବୀ ଖାଲି ପଡ଼ିଛି ବୋଲି ରିପୋର୍ଟ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking