28.1 C
Bhubaneswar
Tuesday, April 28, 2026
Homeଓଡିଶା୯୨ତମ ସଂସ୍କୃତି ଚର୍ଚ୍ଚା ସମାରୋହ

୯୨ତମ ସଂସ୍କୃତି ଚର୍ଚ୍ଚା ସମାରୋହ

ଭୁବନେଶ୍ୱର:  ଓଡ଼ିଶାରାଜ୍ୟ ଅଭିଲେଖାଗାରରେ ୯୨ତମ ସଂସ୍କୃତିଚର୍ଚ୍ଚାସମ୍ପାନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତଉତ୍ସବରେମୁଖ୍ୟବକ୍ତାଭାବରେଯୋଗଦାନ କରିଥିଲେବିଶିଷ୍ଟଲେଖକ, ସମ୍ପାଦକ ଏବଂଶିକ୍ଷାବିତ୍‌ଡକ୍ଟରଗୌରହରି ଦାସା ମୁଖ୍ୟ ଅତିଥିଭାବରେ ଯୋଗଦାନ କରିଥିଲେବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶ,ସମ୍ପାନରେସ୍ୱାଗତଭାଷଣ ଦେଇଥିଲେଓଡ଼ିଶାରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଡ. ଶେଖ୍‌ସୋଲେମାନ ଅଲ୍ଲୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେଓଡିଆଭାଷା, ସାହିତ୍ୟ ଓ ସଂସ୍କୃତିବିଭାଗର ଅନୁଶାସନ ସଚିବ ତଥା ସ୍ୱତନ୍ତ୍ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀବନାନୀମହାପାତ୍ର ।

ସମ୍ପାନରମୁଖ୍ୟବକ୍ତାଡକ୍ଟରଗୌରହରି ଦାସକହିଥିଲେ ଯେ ବିବର୍ତ୍ତନବାଦ ତତ୍ତ୍ୱରଭାଷ୍ୟକାରଚାର୍ଲସ ଦାରୱିନ ବୀରଭୋଗ୍ୟାବସୁନ୍ଧରାବା ‘ସର୍ଭାଇଭାଲ ଅଫ୍ ଦ ଫିଟେଷ୍ଟ’ କଥା କହିଥିଲେ ମଧ୍ୟ ପରବର୍ତ୍ତୀସମୟରେସେଏହାରସଂଶୋଧନ କରିଥିଲେ । ସେତାଙ୍କର ଅନ୍ୟ ଏକ ବହିରେଉଲ୍ଲେଖ କରିଥିଲେ ଯେ ପ୍ରକୃତରେ ପରୋପକାରୀ ଓ ଦୟାର୍ଦ୍ରବ୍ୟକ୍ତିମାନେ ବିଜୟୀହୋଇ ଥାଆନ୍ତି । ଦାରୱିନ ତାଙ୍କରଏହିମତମୃତ୍ୟୁର ୧୧ ବର୍ଷ ପୂର୍ବରୁଲେଖିଥିବାଖଣ୍ଡିଏଗ୍ରନ୍ଥରେଉଲ୍ଲେଖକରିଥିଲେ । ବାସ୍ତବରେମାଂସପେଶୀରଶକ୍ତି ନୁହେଁହୃଦୟର କରୁଣା ଓ ପ୍ରେମମନୁଷ୍ୟକୁବିଜୟୀକରିଥାଏ । ଭାରତବର୍ଷରବିଭିନ୍ନରାଜ୍ୟମଧ୍ୟରେଓଡ଼ିଶାଏଭଳି ଏକ ଅନନ୍ୟ ରାଜ୍ୟ ଯାହାହଜାରହଜାରବର୍ଷ ଧରିପ୍ରେମ ଓ କରୁଣାକୁଗୁରୁତ୍ୱ ଦେଇ ଆସିଛି । ବହୁବର୍ଷ ଧରି ଏ ରାଜ୍ୟଜୈନ-ବୌଦ୍ଧ ଧର୍ମର ପ୍ରଭାବରେ ପ୍ରଭାବିତହୋଇଥିଲାବେଳେଶ୍ରୀଜଗନ୍ନାଥ ସଂସ୍କୃତିଏହାକୁସଂକୀର୍ଣ୍ଣତାରୁଉର୍ଦ୍ଧ୍ୱରେ ଏକ ମୈତ୍ରୀଭାବରେସମଗ୍ରମଣିଷସମାଜକୁ ଦେଖିବାରସାମର୍ଥ୍ୟ ଦେଇଛି । ସେହିପରିଭାବରେଶୈବଧର୍ମରତ୍ୟାଗ, ସରଳ ଜୀବନ ଚର୍ଯ୍ୟାଏବଂକରୁଣା ମଧ୍ୟ ଓଡ଼ିଶାରେଲୋକପ୍ରିୟ । ଓଡ଼ିଆସଂସ୍କୃତିରଏହିବୈଶିଷ୍ଟ୍ୟ ‘ଦେଉଳତୋଳା’, ‘ଲକ୍ଷ୍ମୀପୁରାଣ’, ‘ସ୍ତୁତିଚିନ୍ତାମଣି’, ‘ଧର୍ମପଦ’ ପରିବିଭିନ୍ନ ଆଖ୍ୟାୟିକା, ସ୍ତୁତି ଓ କବିତାରେବର୍ଣ୍ଣିତହଜାରହଜାରବର୍ଷର ଉଦାରବାଦୀ ସଂସ୍କୃତିଓଡ଼ିଶାରଜନସାଧାରଣଙ୍କୁ ପ୍ରାଚୁର୍ଯ୍ୟ ପାଇଁହୃଦୟହୀନ ପ୍ରତିଯୋଗିତା, ରକ୍ତପାତ, ଜାତିଆଣବିଦ୍ରୋହଇତ୍ୟାଦି ଠାରୁ ଦୂରରେରଖିଛି । ଭୌତିକଏବଂବସ୍ତୁବାଦ ଦୃଷ୍ଟିରୁ ଆଜି ଦୁର୍ବଳମନେ ହେଉଥିବାଓଡ଼ିଶା ଦିନେ ଭାରତରେସର୍ବୋତ୍ତମରାଜ୍ୟରେ ପରିଣତହେବ ଏଥିରେସନ୍ଦେହ ନାହିଁ । ଆଜି ପୃଥିବୀରଯେଉଁଯେଉଁ ଦେଶ ସାମରିକକ୍ଷେତ୍ରରେ ଆଗୁଆ ସେ ଦେଶର ନାଗରିକମାନେ ସୁଖୀ ଜୀବନ ଯାପନ କରୁନାହାନ୍ତି । ଅନ୍ୟପକ୍ଷରେ ଫିନ୍‌ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସୁଇଡ଼େନ୍ ଓ ଭୁଟାନ ପରି ଦେଶରଲୋକେସୁଖଶାନ୍ତିରେ ଜୀବନ କାଟୁଛନ୍ତି । ମଣିଷରଶାନ୍ତି ଓ ସୁଖସାମରିକସାମର୍ଥ୍ୟଠାରୁବଡ଼ବୋଲିବୁଦ୍ଧ, ଦଲାଇଲାମା, ବଳରାମ ଦାସ, ଭୀମଭୋଇଏବଂଗୋପବନ୍ଧୁ ଦାସଙ୍କ ପରିମନୀଷୀମାନେ କହିଯାଇଛନ୍ତି । ଓଡ଼ିଶାସଂସ୍କୃତିରମୂଳଦୁଆପ୍ରେମ ଓ କରୁଣାହୋଇଥିବାରୁଏହାଭବିଷ୍ୟତରେଭୌତିକସମୃଦ୍ଧି ମଧ୍ୟ ଲାଭକରି ପାରିବ ।

ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବଶ୍ରୀଯୁକ୍ତ ଦେବ ପ୍ରସାଦ ଦାଶକହିଥିଲେ ଯେକରୁଣାର ଅର୍ଥ ସମ୍ବେଦନା ନୁହଁ, ଏହାସମ୍ବେଦନା ଠାରୁ ଆଉ କିଛି ପାଦ ଆଗରେ ଅର୍ଥାତ ସାଥିରେରହି ଦୁଃଖସହିବା ।ଜଗନ୍ନାଥ ସଂସ୍କୃତିରେକେବଳପ୍ରେମ ଅଛି ଏବଂକରୁଣା ଅଛି । ଓଡ଼ିଶାରଭୀମଭୋଇକହିଛନ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାରହେଉ” ଏହାର ଅର୍ଥ ସମସ୍ତେ ଆନନ୍ଦିତ ହୁଅନ୍ତୁ ଏବଂସମସ୍ତଙ୍କରବିଷାଦ କଟିଯାଉ । ଜଗନ୍ନାଥ ସଂସ୍କୃତିସହିତଯେଉଁମାନେ ସଂଯୋଜିତସେମାନେ କେବଳଭାବ ପ୍ରବଣହୋଇ ପାରନ୍ତି, ପ୍ରେମ ପ୍ରବଣହୋଇ ପାରନ୍ତି, କରୁଣା ପ୍ରବଣହୋଇ ପାରନ୍ତି, ଯେଉଁଥିପାଇଁଜଗନ୍ନାଥଙ୍କୁ ଆମେ ଆମର ଘରର ମୁରବୀମନେ କରୁଏବଂ ପ୍ରଥମ ନିମନ୍ତ୍ରଣନେଇତାଙ୍କ ପାଖରେ ପହଁଞ୍ଚୁ । ଓଡ଼ିଶାକୁସମସ୍ତେଶାନ୍ତି ପ୍ରିୟରାଜ୍ୟକୁହନ୍ତିକାରଣଏଠିବିଭାଜନ ନାହିଁ, ଆମ ସଂସ୍କୃତିରେରହିଛିକେବଳସମ୍ବେଦନା, ପ୍ରେମଏବଂକରୁଣା । ଆଲୋଚନାଚକ୍ରରେ ଓଡିଶାର ଅନେକ ଗବେଷକ, ଐତିହାସିକ, ବୁଦ୍ଧିଜୀବି, ବିଶ୍ୱବିଦ୍ୟାଳୟର ଅଧ୍ୟାପକ, ପ୍ରାଧ୍ୟାପକ,ଲେଖକ, କବି,ଛାତ୍ରଛାତ୍ରୀଉପସ୍ଥିତରହି ଆଲୋଚନାରେ ଅଂଶ ଗ୍ରହଣକରିଥିଲେ ଓ ପରିଶେଷରେବିଷୟସମ୍ବନ୍ଧୀୟ ପ୍ରଶ୍ନୋତ୍ତରକାର୍ଯ୍ୟକ୍ରମକରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking