ବେଙ୍ଗାଲୁର: ବିଗତ ତିନିବର୍ଷ ମଧ୍ୟରେ ଅବୈଧଭାବେ ୯୦୦ ମହିଳା ଓ ଯୁବତୀଙ୍କ ଗର୍ଭପାତ କରାଇଥିବା ଅଭିଯୋଗରେ ବେଙ୍ଗାଲୁରୁ ପୁଲିସ ସୋମବାର ଜଣେ ଡାକ୍ତର ଓ ତାଙ୍କ ଲ୍ୟାବ୍ ଆସିଷ୍ଟାଣ୍ଟଙ୍କୁ ଗିରଫ କରିଛି । ମହୀଶୂରର ନିର୍ଦ୍ଦିଷ୍ଟ ଏକ ହସ୍ପିଟାଲରେ ଏହି ବେଆଇନ କାର୍ଯ୍ୟ ସମ୍ପାଦିତ ହେଉଥିବାବେଳେ ପ୍ରତ୍ୟେକ ଗର୍ଭପାତ ପାଇଁ ଏମାନେ ୩୦ ହଜାର ଟଙ୍କା ପାରିଶ୍ରମିକ ନେଇଥିବା ପୁଲିସ ଆଗରେ ସ୍ୱୀକାର କରିଛନ୍ତି । ପୂର୍ବରୁ ଏହି ହସ୍ପିଟାଲର ମ୍ୟାନେଜର ଓ ରିସେପ୍ସନିଷ୍ଟଙ୍କୁ ପୁଲିସ ଗିରଫ କରିସାରିଛି ।