ଭୁବନେଶ୍ୱର: ଡିଏନ୍ ଗ୍ରୁପ୍ ଉପରେ ଆୟକର ଚଢ଼ାଉ ସଂପର୍କରେ ମିଳିଲା ବଡ଼ ତଥ୍ୟ । ୯୦ କୋଟି ଟଙ୍କା ଟିକସ ଫାଙ୍କିଛି ରାଜଧାନୀର ଏହି ବହୁଚର୍ଚ୍ଚିତ ବ୍ୟାବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ । ପ୍ରାୟ ୨୧୦ କୋଟି ଟଙ୍କା ଲୁଚାଛପାରେ କ୍ୟାସ୍ ନେଇ ଏହି ସଂସ୍ଥା ୯୦ କୋଟି ଟିକସ ଫାଙ୍କିଛି। ଟିକସ ଫାଙ୍କି ଥିବା ନେଇ ଆୟକର ବିଭାଗରୁ ସୂଚନା ମିଳିଛି ।
ଗତ ପ୍ରାୟ ୫ ଦିନ ଧରି ଚାଲିଥିବା ଚଢ଼ାଉରୁ ଜବତ ଡିଜିଟାଲ ତଥ୍ୟ, ହାତଲେଖା ଡାଏରୀ, ଦଲିଲ ଆଦିରୁ ଏହି ତଥ୍ୟ ମିଳିଛି । କାଗଜାତ ଯାଞ୍ଚ ପରେ ୨୧୦ କୋଟି କ୍ୟାସ୍ ଆହରଣର ସୁରାକ ମିଳିଛି । ଜମି, ଘରଯୋଗ୍ୟ ପ୍ଲଟ ଓ ଫ୍ଲାଟ ବିକ୍ରିରୁ ଆହରଣ ହୋଇଛି ଏଡି ୨୧୦ କୋଟି ଟଙ୍କା। ସଂଗୃହିତ ୨୧୦ କୋଟି ହୋଟେଲ, ମଲ୍ ଆଦିରେ ବିନିଯୋଗ ହୋଇଛି । ଚଢ଼ାଉ ବେଳେ ନଗଦ ୯ କୋଟି ୭୪ ଲକ୍ଷ ଟଙ୍କା ଜବତ କରିଛି ଆୟକର ଟିମ୍ । ଏତେ ପରିମାଣର ଟଙ୍କା ଜବତ ହେବା ଓଡ଼ିଶାରେ ଏଯାବତ ସର୍ବାଧିକ ବୋଲି ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ ପକ୍ଷରୁ ସୂଚନା ମିଳିଛି ।