20.1 C
Bhubaneswar
Saturday, December 21, 2024
Homeଦେଶ ବିଦେଶକେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି; ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକଙ୍କୁ କୃତଜ୍ଞତା

କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂର୍ତ୍ତି; ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲୋକଙ୍କୁ କୃତଜ୍ଞତା

ନୂଆଦିଲ୍ଲୀ : କେନ୍ଦ୍ରରେ ବିଜେପି ସରକାରର ୯ ବର୍ଷ ପୂରଣ ହୋଇଛି । ଏହି ଅବସରରେ ୯ ବର୍ଷର କାର୍ଯ୍ୟକାଳରେ ତାଙ୍କୁ ପ୍ରଶଂସା କରିଥିବା ସମସ୍ତ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃତଜ୍ଞତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି, ‘ଶନିବାର ସକାଳଠାରୁୁ ମୁଁ ୯ ଇୟର୍ ଅଫ୍ ମୋଦୀ ଗଭର୍ଣ୍ଣମେଣ୍ଟ୍ ହାଶ୍‌ଟ୍ୟାଗ୍‌ରେ ଅନେକ ଟ୍ୱିଟ୍ ଦେଖୁଛି । ୨୦୧୪ ପରେ ଆମ ସରକାରଙ୍କୁ ଯାହାବି କିଛି ପ୍ରଶଂସା କରାଯାଇଛି ତାକୁ ଏଥିରେ ଲୋକମାନେ ହାଇଲାଇଟ୍ କରୁଛନ୍ତି । ଏପରି ସ୍ନେହ ମିଳିବା ସର୍ବଦା ବିନମ୍ର ହୋଇଥାଏ ଏବଂ ଏହାଦ୍ୱାରା ଲୋକଙ୍କ ପାଇଁ କଠିନ ପରିଶ୍ରମ କରିବାକୁ ଶକ୍ତି ମଧ୍ୟ ମିଳିଛି ।’ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଜେପି ସରକାର ମେ’ ୩୦ ତାରିଖରେ ନିଜର ଲଗାତାର ଦୁଇଟି କାର୍ଯ୍ୟକାଳର ୯ ବର୍ଷ ପୂରଣ କରିବାକୁ ଯାଉଛି ।

ଏହି ଅବସରରେ ପାର୍ଟି ୩୦ ତାରିଖରୁ ଏକମାସ ଧରି ସାରା ଦେଶରେ ଏକ ଜନସମ୍ପର୍କ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ପାର୍ଟି ମେ’ ୩୦ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ପ୍ରାୟ ୫୦ ରାଲିର ଆୟୋଜନ ଯୋଜନା ମଧ୍ୟ କରିଛି । ଏହାର ନେତୃତ୍ୱ ମୋଦୀ କରିବେ ଏବଂ ଅଧା ଡଜନ ରାଲିକୁ ସମ୍ବୋଧିକ କରିବେ । ସୂତ୍ର ଅନୁସାରେ ଏହି ଅଭିଯାନରୁ ବିଜେପିକୁ ୨୦୨୪ ଲୋକସଭା ନିର୍ବାଚନ ପ୍ରସ୍ତୁତିକୁ ସହାୟତା ମିଳିବ । ଏହି ଜନସମ୍ପର୍କ ଅଭିଯାନର ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ୩୧ ତାରିଖରେ ରାଜସ୍ଥାନର ଆଜମେର୍‌ରେ ଏକ ମେଗା ରାଲି ମାଧ୍ୟମରେ କରାଯିବ । ଏହି ଜନ ଅଭିଯାନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ପାର୍ଟିର ଅନ୍ୟ ବରିଷ୍ଠ ନେତାମାନେ ସାମିଲ ହେବେ । ନରେନ୍ଦ୍ର ମୋଦୀ ୨୦୧୪ ମେ ୨୬ ତାରିଖରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ୨୦୧୯ ମେ ୩୦ ତାରିଖରେ ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking