40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଜେଲେନ୍‌ସ୍କିଙ୍କ ପେଣ୍ଟ୍ ହାଉସ୍ ବିକିବ ରୁଷ୍

ଜେଲେନ୍‌ସ୍କିଙ୍କ ପେଣ୍ଟ୍ ହାଉସ୍ ବିକିବ ରୁଷ୍

କ୍ରିମିୟା : ରୁଷ-ୟୁକ୍ରେନ୍ ଯୁଦ୍ଧ ୧୫ ମାସରେ ପହଞ୍ଚିଥିବା ବେଳେ ୟୁକ୍ରେନ୍ ରାଷ୍ଟ୍ରପତି ବୋଲ୍‌ଦିମିର ଜେଲେନ୍‌ସ୍କିଙ୍କ ହଲିଡେ ପେଣ୍ଟ୍‌ହାଉସ୍‌କୁ ବିକିବା ପାଇଁ ରୁଷ୍ ନିଷ୍ପତ୍ତି ନେଇଛି । ଜେଲେନ୍‌ସ୍କିଙ୍କ ଏହି ଘର ସହିତ ୫୭ ସମ୍ପତ୍ତିକୁ ରୁଷ୍ ସରକାରୀ ସମ୍ପତ୍ତି ଘୋଷଣା କରିଛି । କ୍ରିମିୟାର କୃଷ୍ଣ ସାଗର ଉପକୂଳରେ ନିର୍ମିତ ଜେଲେନ୍‌ସ୍କିଙ୍କ ଏହି ଘର ତାଙ୍କ ପତ୍ନୀ ଓଲେନା ଜେଲେନ୍‌ସ୍କାଙ୍କ ନାମରେ ରହିଛି । କ୍ରିମିୟାର ଲିଭାଦିୟା ସହରରେ ଥିବା ଏହି ୩ ରୁମ୍ ବିଶିଷ୍ଟ ପେଣ୍ଟ୍ ହାଉସ୍‌କୁ ଜେଲେନ୍‌ସ୍କା ୨୦୧୩ରେ ୧.୩୫ କୋଟି ଟଙ୍କାରେ କିଣିଥିଲେ ।

ଏହାର ଠିକ୍ ଏକବର୍ଷ ପରେ ରୁଷ୍ କ୍ରିମିୟା ଉପରେ କବ୍‌ଜା କରିଥିଲା । କ୍ରିମିୟା ସ୍ପିକର୍ ଭ୍ଲାଦିମିର କନ୍‌ସଟେଣ୍ଟିନୋଭ୍ କହିଛନ୍ତି ଏହି ଘର ବିକ୍ରିରୁ ଲବ୍ଧ ଅର୍ଥ ୟୁକ୍ରେନ୍‌ରେ ଜାରି ସ୍ପେଶାଲ୍ ମିଲିଟାରୀ ଅପରେସନ୍ ଏବଂ ଯୁଦ୍ଧରେ ନିହତ ସୈନିକଙ୍କ ପରିବାର ପାଇଁ ବ୍ୟବହାର କରାଯିବ । କ୍ରିମିୟା ରୁଷର ଅଂଶବିଶେଷ ହୋଇଥିବାରୁ ଏହି ସମ୍ପତ୍ତିରୁ ରୁଷ୍‌ର ଶତ୍ରୁଙ୍କୁ ଲାଭ ଉଠାଇବାକୁ ଦେବୁନାହିଁ ବୋଲି ସେ କହିଛନ୍ତି। ଯୁଦ୍ଧ ବେଳେ ରୁଷ୍ ନିଜ ମିଲିଟାରୀ ପାଇଁ ୭ ଲକ୍ଷ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଲାଣି । ଏହି ଘରର ମୂଲ୍ୟ ସାଢ଼େ ଚାରିକୋଟି ଟଙ୍କା ହେବ ବୋଲି ରୁଷ୍ ସରକାରୀ ମିଡିଆ ରିପୋର୍ଟରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking