29.4 C
Bhubaneswar
Saturday, May 4, 2024
Homeଦେଶ ବିଦେଶପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୯ ଛାତ୍ରଛାତ୍ରୀ

ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୯ ଛାତ୍ରଛାତ୍ରୀ

ଅମରାବତୀ: ପରୀକ୍ଷାରେ ଫେଲ୍ ହେବାରୁ ଜୀବନ ହାରିଲେ ୯ ଜଣ ଛାତ୍ରଛାତ୍ରୀ । ଆନ୍ଧ୍ରପ୍ରଦେଶରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଏହି ଘଟଣା ସାମ୍ନାକୁ ଆସିଛି । ଯୁକ୍ତ ଦୁଇ ପରୀକ୍ଷା ପାସ୍ କରି ନପାରିବାରୁ ଆନ୍ଧ୍ରର ବିଭିନ୍ନ ଅଞ୍ଚଳରେ ୯ ଜଣ ଛାତ୍ରଛାତ୍ରୀ ଜୀବନ ହାରିଛନ୍ତି ଏବଂ ଦୁଇ ଜଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସମସ୍ତ ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ହୋଇଥିବାବେଳେ କିଏ ବିଷପାନ କରିଛି ତ ଆଉ କେହି ପାଣିକୁ ଡେଇଁ ପଡିଛନ୍ତି । ଗୁରୁବାର ଚିତ୍ତୋର ଜିଲ୍ଲା ପୁଙ୍ଗାନୁର ମଣ୍ଡଳ ଅଞ୍ଚଳର ୧୭ ବର୍ଷୀୟା ଛାତ୍ରୀ ଅନୁଶାଙ୍କ ମୃତ୍ୟୁ ଘଟିଥିଲା । ସେ ନିଜ ଆଈ ଘରକୁ କର୍ଣ୍ଣାଟକ ବୁଲିବାକୁ ଆସିଥିବାବେଳେ ତାଙ୍କର ଯୁକ୍ତ ଦୁଇ ପରୀକ୍ଷା ରେଜଲ୍ଟ ବାହାରି ଥିଲା । ଗୋଟିଏ ବିଷୟରେ ଅନୁଶା ଫେଲ୍ ହୋଇଯାଇଥିଲେ । ମାଆ ଫୋନ୍ କରି ଜଣାଇବାରୁ ସେ ପୁଣିଥରେ ପରୀକ୍ଷା ଦେଇ ପାସ୍ କରିବେ ବୋଲି କହିଥିଲେ । ହେଲେ ପର ମୁହୂର୍ତ୍ତରେ ଜୀବନ ହାରି ଦେଇଥିଲେ । ଗତକାଲି କରୁବୋତୁ ତୁଲସୀ କିରନ ନାମକ ଆଉ ଜଣେ ୧୭ ବର୍ଷୀୟ ଛାତ୍ରଙ୍କ ମଧ୍ୟ ଆତ୍ମହତ୍ୟା ଜନିତ ମୃତ୍ୟୁ ଘଟିଥିଲା । ଯୁକ୍ତ ଦୁଇ ପ୍ରଥମ ବର୍ଷ ପରୀକ୍ଷାରେ କମ୍ ମାର୍କ ଯୋଗୁଁ ସେ ନିଜ ଘରେ ଜୀବନ ହାରିଥିଲେ । ସେହିପରି ଶ୍ରୀକାକୁଲମ ଜିଲ୍ଲାର ବାଲକ ତରୁଣ(୧୭) ପରୀକ୍ଷାରେ ଫେଲ୍ ହେବାରୁ ଗତକାଲି ଟ୍ରେନ ଆଗକୁ ଡେଇଁ ପଡିଥିଲେ । ମୃତକଙ୍କ ବାପାମାଆ ଦିନ ମଜୁରିଆ ହୋଇଥିବାବେଳେ ପୁଅର ମୃତ୍ୟୁରେ ଭାଙ୍ଗି ପଡିଛନ୍ତି ।

ଚିତ୍ତୋର ଜିଲ୍ଲା ବୈରେଡିପାଲ୍ଲୀ ଅଞ୍ଚଳର ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବାବୁ(୧୭) ପରୀକ୍ଷାରେ ବିଫଳ ହେବାରୁ ଗତ ବୁଧବାର ରାତିରେ କୀଟନାଶକ ପିଇ ଦେଇଥିଲେ । ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ବିଶାଖାପାଟଣାର ଆତ୍ମାକୁରୁ ଅଖିଳେଶ୍ରୀ ନାମକ ଆଉ ଜଣେ ମଧ୍ୟ ପରୀକ୍ଷାରେ ଫେଲ୍ ହେବାରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ଯୁକ୍ତ ଦୁଇ ପରୀକ୍ଷା ଦେଇଥିବା ଏହି ଅଞ୍ଚଳର ଅନ୍ୟ ଜଣେ ଛାତ୍ର ବୋଲେନା ଜଗଦ୍ଦୀଶ ମଧ୍ୟ ଖରାପ ରେଜଲ୍ଟ ପାଇଁ ଫ୍ୟାନରେ ଝୁଲି ପଡିଛନ୍ତି । ଅନନ୍ତପୁର ଜିଲ୍ଲାରେ ମଧ୍ୟ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ମିଳିଛି । ମୃତକ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ । ପରୀକ୍ଷାରେ ଫେଲ୍ ହେବା ପରେ ବାପାମାଆଙ୍କ ଗାଳି ସହି ନପାରି ସେ ଜୀବନ ହାରିଛନ୍ତି । ଏନଟିଆର ଜିଲ୍ଲାରେ ମଧ୍ୟ ଦୁଇ ଜଣ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରୁ ଜଣେ ଛାତ୍ର ଗଣିତ, ଫିଜିକ୍ସରେ ୧ ମାର୍କ ଲେଖାଏଁ ରଖିଥିଲେ । ସେହିପରି ବିଜିଆନଗରମ ଜିଲ୍ଲାରେ ଦୁଇ ଜଣ ଛାତ୍ର ପରୀକ୍ଷାରେ କମ୍ ମାର୍କ ପାଇଁ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୁହେଁ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking