27.1 C
Bhubaneswar
Monday, March 17, 2025
Homeଦେଶ ବିଦେଶ୨୪ ଘଣ୍ଟାରେ ସର୍ବାଧିକ ୮୪୧ ପିଜିଟିଭ୍ ଚିହ୍ନଟ

୨୪ ଘଣ୍ଟାରେ ସର୍ବାଧିକ ୮୪୧ ପିଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ୨୨୭ ଦିନ ପରେ ଗୋଟିଏ ଦିନରେ ରେକର୍ଡ ସ୍ତରରେ କୋଭିଡ୍ ସଂକ୍ରମଣ । ୨୪ ଘଣ୍ଟାରେ ସର୍ବାଧିକ ୮୪୧ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୩ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭୂତାଣୁ । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଦେଶରେ କୋଭିଡ୍-୧୯ ସକ୍ରିୟ ମାମଲା ୪, ୩୦୯ ରହିଛି । ଗୋଟିଏ ଦିନ ପୂର୍ବରୁ ଏହା ୩,୯୯୭ ରହିଥିଲା । ୩ଜଣ ମୃତକଙ୍କୁ ମିଶାଇ ଦେଶରେ କୋଭିଡ୍ ଜନୀତ ମୃତ୍ୟୁ ସଂଖ୍ୟା ୫,୩୩, ୩୬୧ରେ ପହଞ୍ଚିଛି । କେରଳ, କର୍ଣ୍ଣାଟକ ଓ ବିହାରରେ ଜଣିଏ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ କୋଭିଡ୍ ସଂକ୍ରମଣ ଓ ଆକ୍ଟିଭ୍ କେସ୍ ଦୁଇ ଅଙ୍କରେ ରହିଥିଲା । ହେଲେ କରୋନାର ନୂଆ ଭାରିଆଣ୍ଟ JN.1 ପାଇଁ ଦ୍ରୁତଗତିରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସେହିପରି ଅତ୍ୟଧିକ ଥଣ୍ଡା ପାଇଁ ସଂକ୍ରମିତ ସଂଖ୍ୟା ବଢ଼ୁଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ କହିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking