30.1 C
Bhubaneswar
Saturday, May 4, 2024
Homeଓଡିଶାମଦୁରା ମାଇକ୍ରୋ ଫାଇନାନ୍ସରୁ ୮ ଲକ୍ଷ ଟଙ୍କା ଠକେଇ ଘଟଣା, ଫେରାର ମହିଳା ମ୍ୟାନେଜର ଗିରଫ

ମଦୁରା ମାଇକ୍ରୋ ଫାଇନାନ୍ସରୁ ୮ ଲକ୍ଷ ଟଙ୍କା ଠକେଇ ଘଟଣା, ଫେରାର ମହିଳା ମ୍ୟାନେଜର ଗିରଫ

ବ୍ରହ୍ମପୁର: ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀରେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଠକେଇ ଅଭିଯୋଗରେ ଟାଉନ ଥାନା ପୁଲିସ ଫେରାର ମ୍ୟାନେଜରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ଜରଡ଼ା ଗ୍ରାମର ରଶ୍ମୀତା ବେହେରା(୩୫) ବୋଲି ପୁଲିସ କହିଛି । ଆଜି ତାଙ୍କୁ ମାମଲା ନଂ ୪/୨୩ରେ ପୁଲିସ କୋର୍ଟ ଚାଲାଣ କରିଛି । ଅନ୍ୟପକ୍ଷରେ ଏହି ଘଟଣାରେ ଫେରାର ଥିବା ପୁରୁଷ ମ୍ୟାନେଜରଙ୍କୁ ପୁଲିସ ଖୋଜୁଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ ମଦୁରା ମାଇକ୍ରୋ ଫାଇନାନ୍ସ କମ୍ପାନୀ ବିଭିନ୍ନ ସ୍ଥାନରେ ଏହାର ଶାଖା ରହିଥିବା ବେଳେ ମହିଳା ଗୋଷ୍ଠୀଙ୍କୁ ଋଣ ପ୍ରଦାନ କରି ପରେ ଟଙ୍କା ଆଦାୟ କରିଥାନ୍ତି । ଏହି କମ୍ପାନୀ ଫାଇନାନ୍ସ କମ୍ପାନୀର ବ୍ରହ୍ମପୁର ଗାନ୍ଧିନଗର ୪ର୍ଥ ଗଳିରେ ଏକ ଶାଖା ରହିଛି । ସେଠାରେ ଜରଡ଼ାର ରଶ୍ମୀତା ବେହେରା ଓ ଦିଗପହଣ୍ଡି ନୂଆ ସାହିର ବଳାରାମ ବେହେରା ମ୍ୟାନେଜର କାର୍ଯ୍ୟ କରୁଛନ୍ତି । ଉଭୟ କମ୍ପାନୀ ପକ୍ଷରୁ ବିଭିନ୍ନ ମହିଳା ଗୋଷ୍ଠୀଙ୍କୁ ଲକ୍ଷାଧିକ ଟଙ୍କାର ଋଣ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ କିସ୍ତି ଟଙ୍କା ମଧ୍ୟ ଆଦାୟ କରିଥିଲେ । କିନ୍ତୁ ଆଦାୟ ଟଙ୍କା କମ୍ପାନୀରେ ଜମା ନକରି ନିଜେ ଆତ୍ମସାତ କରି ଦେଇଥିଲେ । ଏଭଳି ମ୍ୟାନେଜର ରଶ୍ମୀତା କମ୍ପାନୀର ୩ ଲକ୍ଷ ୧୩ ହଜାର ୪୧୮ ଟଙ୍କା ଆତ୍ମସାତ କରିଥିବା ବେଳେ କେନ୍ଦ୍ର ମ୍ୟାନେଜର ବଳରାମ ୫ ଲକ୍ଷ ୧୭୬୮ ଟଙ୍କା ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା । ଘଟଣାକୁ ନେଇ କମ୍ପାନୀର ଏରିଆ ମ୍ୟାନେଜର ରାମଚନ୍ଦ୍ର ବାରିକ ଟାଉନ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଆଜି ଏହି ଘଟଣାରେ ପୁଲିସ ଫେରାର ଥିବା ମ୍ୟାନେଜର ରଶ୍ମୀତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking