29.4 C
Bhubaneswar
Saturday, May 4, 2024
Homeଓଡିଶା ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗରେ ମହିଳା ଗିରଫ

 ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗରେ ମହିଳା ଗିରଫ

ସାଲେପୁର: ନିଜ ସ୍ୱାମୀକୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହ ହତ୍ୟାକରି ଆତ୍ମହତ୍ୟା ରୂପ ଦେଉଥିବା ଅଭିଯୋଗରେ ଆଜି ସାଲେପୁର ପୁଲିସ ଜଣେ ମହିଳାଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାଯାଇଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ୨୦୨୦ମସିହା ନଭେମ୍ବର ମାସ ୧୭ତାରିଖରେ ସାଲେପୁର ଥାନା ମାଛୁଆତି ଗ୍ରାମର ପ୍ରଶାନ୍ତ କୁମାର ଭୂୟାଁଙ୍କୁ ବେକରେ ରଶି ଲଗାଇ ଘରଭିତରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିଲା । ଉକ୍ତ ସମୟରେ ପ୍ରଶାନ୍ତର ମା’ ମଞ୍ଜୁଲତା ଭୂୟାଁ ସାଲେପୁର ଥାନାରେ ତାଙ୍କ ପୁଅ ପ୍ରଶାନ୍ତକୁ ବୋହୂ ବିଭିନ୍ନ ସମୟରେ ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିବାବେଳେ ତାକୁ ହତ୍ୟାକରି ଆତ୍ମହତ୍ୟାର ରୂପ ଦେବାପାଇଁ ଝୁଲାଇ ଦେଇଥିବା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେତେବେଳେ ପୁଲିସ ଏହି ଘଟଣାକୁ ହାଲ୍‌କା ଭାବେ ନେଇ ସାଲେପୁର ଥାନାରେ ଅପମୃତ୍ୟୁ ମାମଲା ରୁଜୁକରି ସଠିକ୍ ଭାବରେ ତଦନ୍ତ କରିନଥିଲା । କିନ୍ତୁ ଦ୍ୱିତୀୟବାର ମୃତ ପ୍ରଶାନ୍ତଙ୍କ ମା’ ମଞ୍ଜୁଲତା ଘଟଣାର ୨ବର୍ଷ ପରେ ପୁନର୍ବାର ତାଙ୍କ ପୁଅକୁ ହତ୍ୟା କରାଯାଇଥିବାର ଏକ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ ଏକ ହତ୍ୟା ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଥିବାବେଳେ ଆଜି ପ୍ରଶାନ୍ତର ପତ୍ନୀ କାମିନୀପ୍ରଭା ସାମଲଙ୍କୁ ଗିରଫକରି କୋର୍ଟଚାଲାଣ କରିଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking