28.1 C
Bhubaneswar
Thursday, May 2, 2024
Homeଓଡିଶାଲକ୍ ଡାଉନ୍ ସମସ୍ୟା : ଦୁର୍ଦ୍ଦଶାରେ ୭ ପରିବାର

ଲକ୍ ଡାଉନ୍ ସମସ୍ୟା : ଦୁର୍ଦ୍ଦଶାରେ ୭ ପରିବାର

ବିରିଡ଼ି : ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଲକ ଅଞ୍ଚଳରେ ରହିଆସୁଥିବା ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୭ ପରିବାର ଲକ୍ ଡାଉନରେ କାମ ଧନ୍ଦା ନପାଇ ଦୁର୍ଦ୍ଦିନରେ ଗତି କରିଛନ୍ତି । ଉକ୍ତ ୭ ପରିବାର ୪୦ରୁ ଉର୍ଦ୍ଧ୍ୱ ମହିଳା, ପୁରୁଷ ଓ ୫ରୁ ଊର୍ଦ୍ଧ୍ୱ ଛୋଟ ପିଲା ଖାଇବାକୁ ନ ପାଇ ଉପାସରେ ଓ ଅତି ଅସହାୟ ଭାବେ କାଳତିପାତ କରୁଥିବା ଦୁଃଖର ସହ ଜଣାଇଛନ୍ତି ।
ସୂଚନା ଅନୁଯାୟୀ, ବିରିଡ଼ି ବ୍ଲକ ଅଣଖିଆ ସରସ୍ୱତୀ ଶିଶୁ ମନ୍ଦିର ସାମ୍ନା ପଡିଆରେ ଏମାନେ ବସବାସ କରୁଛନ୍ତି । ଲକଡାଉନ ହେବା ପରେ ସମ୍ପୃକ୍ତ ୭ ପରିବାର ଖାଇବାକୁ ନପାଇ ଅତି ଅସହାୟଭାବେ ଦିନ କାଟୁଛନ୍ତି । ତେବେ ସ୍ଥାନୀୟ ସଢେଇଶାନ ସରପଂଚ ଅମିତ ରାଉଳ ସେମାନଙ୍କୁ ଗୋଟିଏ ବେଳା ରନ୍ଧା ଖାଦ୍ୟ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି । ଏହି ରନ୍ଧା ଖାଦ୍ୟ ଉକ୍ତ ପଞ୍ଚାୟତରେ ମା’ ଜାଗୁଳାଇ ସ୍ୱୟଂ ସହାୟକ ଗୋଷ୍ଠୀର ମା’ ମାନେ ପ୍ରତିଦିନ ଯୋଗାଉଛନ୍ତି । ଅନ୍ୟ ପଟେ ସେମାନେ କୁଡିଆ ଭିତରେ ରହୁଥିବା ବେଳେ ନିଜ ନିଜ ଓ ଅନ୍ୟ ପରିବାର ସହ ସାମାଜିକ ଦୂରତା ରକ୍ଷା କରିବାରେ ଅସୁବିଧା ହେଉଥିବା ଦେଖାଯାଉଥିବାରୁ ଅଣଖିଆ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସମ୍ପାଦକ ଅଶୋକ କୁମାର ସିଂହ ବିଦ୍ୟାମନ୍ଦିରର ୭ ଟି କୋଠରୀ ସେମାନଙ୍କ ରହିବା ପାଇଁ ଦେଇଛନ୍ତି । ସମ୍ପାଦକ ଶ୍ରୀ ସିଂହ ମଧ୍ୟ ସେମାନଙ୍କ ପାଇଁ ଶୁଖିଲା ଖାଦ୍ୟ ବ୍ୟବସ୍ଥା ନିଜ ଆଡୁ ପ୍ରଦାନ କରୁଥିବା ଜଣାପଡିଛି । ତେବେ ଅତି କମରେ ୨ ଓଳି ଖାଇବାକୁ ଦେବାକୁ ସେମାନେ ନିବେଦନ କରି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking