37.1 C
Bhubaneswar
Thursday, March 28, 2024
Homeଓଡିଶାସାମାଜିକ ଦୂରତାକୁ ମାନିଲେନି : ଝାମୁରେ ଏକତ୍ରିତ ହେଲେ ଶହଶହ ଅଞ୍ଚଳବାସୀ

ସାମାଜିକ ଦୂରତାକୁ ମାନିଲେନି : ଝାମୁରେ ଏକତ୍ରିତ ହେଲେ ଶହଶହ ଅଞ୍ଚଳବାସୀ

କଳାପଥର : ସମ୍ପ୍ରତି ବିଶ୍ୱରେ କରୋନା ମହାମାରୀର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ସରକାରଙ୍କ ତରଫରୁ ଅନୁରୋଧ କରାଯାଇଛି । ଫଳରେ ଗତ ମାସ ୨୪ ତାରିଖରୁ ସାରା ଦେଶରେ ଲକ୍ ଡାଉନ୍ ଲାଗୁ କରାଯାଇଛି । କିନ୍ତୁ ବାଙ୍କୀରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଓଡ଼ିଆ ପରମ୍ପରା ଅନୁଯାୟୀ ଆଜି ଦିନଟିକୁ ମେରୁ କୁହାଯାଉଥିବା ବେଳେ ଅନେକ ସ୍ଥାନରେ ଝାମୁ ଅନୁଷ୍ଠିତ ହୋଇଥାଏ । ଏହି ପରିପ୍ରେକ୍ଷୀରେ ବାଙ୍କୀ ଡମପଡା ବ୍ଲକ୍ ଅନ୍ତର୍ଗତ ତୁଳସୀପୁରଠାରେ ମେରୁ ଝାମୁ ଅନୁଷ୍ଠିତ ହୋଇଥିଲା । ତେବେ ସରକାର ଏବଂ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ସାମାଜିକ ଦୂରତା ରଖିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଖୋଲାଖୋଲି ଏହାର ଉଲ୍ଲଂଘନ କରି ଝାମୁ ଯାତ୍ରରେ ଶହଶହ ଜନସାଧାରଣ ଏକତ୍ରିତ ହୋଇଥିଲେ । ଯାହା ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ଝାମୁଯାତ୍ରାକୁ ପ୍ରଶାସନ ତରଫରୁ ବନ୍ଦ କରାଯାଇଥିବା ବେଳେ ବାଙ୍କୀରେ ଏହାକୁ ରୋକିବା ଦିଗରେ ବାଙ୍କୀ ପ୍ରଶାସନ ଫେଲ୍ ମାରିଥିବା ଅଭିଯୋଗ ହେଉଛି । ସାଂସ୍କୃତିକ ଏବଂ ପରମ୍ପରା ଭିତ୍ତିକ ପର୍ବପର୍ବାଣିରେ ପ୍ରତ୍ୟେକ ଓଡ଼ିଆ ସାମିଲ ହୋଇ ଏକତ୍ରିତ ଭାବେ ପାଳନ କରିବାରେ ଦ୍ୱିମତ ନାହିଁ । କିନ୍ତୁ ଏଭଳି ପରିସ୍ଥିତିରେ ସାମୂହିକ ସଂକ୍ରମଣକୁ ରୋକିବା ପରିବର୍ତ୍ତେ ପ୍ରଶାସନର ଦୃଷ୍ଟି ଅଢୁଆଳରେ ଯାହା କରାଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking