28.1 C
Bhubaneswar
Thursday, May 2, 2024
Homeଓଡିଶାଭୁବନେଶ୍ୱରରେ ଆଉ ୬୪ଟି ନୂଆ ପଜିଟିଭ କେସ୍ : ସଂଖ୍ୟା ଛୁଇଁଲା ୭୦୪କୁ

ଭୁବନେଶ୍ୱରରେ ଆଉ ୬୪ଟି ନୂଆ ପଜିଟିଭ କେସ୍ : ସଂଖ୍ୟା ଛୁଇଁଲା ୭୦୪କୁ

ଭୁବନେଶ୍ୱର : ରାଜଧାନୀରେ ଚିନ୍ତା ବଢାଉଛି କରୋନା । ଆଜି ଭୁବନେଶ୍ୱରରୁ ଆଉ ୬୪ କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବା କେସ୍ ମଧ୍ୟରୁ ୩୬ଟି କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୮ଜଣ ସ୍ଥାନୀୟ କେସ୍ ବୋଲି ଜଣାପଡ଼ିଛି । ଅନ୍ୟପଟେ ଆଜି ୧୩ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏଯାବତ ରାଜଧାନୀରେ ମୋଟ ୭୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୨୭ଜଣ ସୁସ୍ଥ ହୋଇଛନ୍ତି । ୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୬୮ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଆଜି ଚିହ୍ନଟ ହୋଇଥିବା ଲୋକାଲ କେସ୍ ମଧ୍ୟରୁ ଭୀମଟାଙ୍ଗୀ , ଚକେଇସିଆଣୀ , ଆଚାର୍ଯ୍ୟବିହାର , ନୀଳାନ୍ଦ୍ରି ବିହାର , କଳିଙ୍ଗନଗରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପୋଖରୀପୁଟ, ମଞ୍ଚେଶ୍ୱର , ସତ୍ୟନଗର , ଲକ୍ଷ୍ମୀସାଗର ଓ ଭୋଇ ନଗରରୁ ୨ଜଣ ଲେଖାଏଁ ; ସାଲିଆ ସାହି ମହାବୀର ନଗରରୁ ୩ଜଣ ଡୁମୁଡୁମା ଅଞ୍ଚଳ ଓ ସାଲିଆ ସାହି ଶ୍ରୀରାମନଗରରୁ ୪ ଜଣ ଏବଂ ଅନ୍ୟ ଦୁଇ ଜଣ ହଟସ୍ପଟ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ।
ଏଥିସହ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା କେସ୍ ମଧ୍ୟରୁ ଲୁଇସ୍ ରୋଡ଼ , କଳିଙ୍ଗ ବିହାର , ୟୁନିଟ-୬ , ସତ୍ୟନଗର , ଆଚାର୍ଯ୍ୟବିହାର, ସାଲିଆ ସାହି ମହାବୀର ନଗର , ନୀଳାନ୍ଦ୍ରି ବିହାର , ଚକେଇସିଆଣୀ , ଚନ୍ଦ୍ରଶେଖରପୁର , ମଞ୍ଚେଶ୍ୱରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରମୁଣ୍ଡା , ନୂଆପଲ୍ଲୀରୁ ୨ଜଣ ; ଏକ ଘରୋଇ ହସ୍ପିଟାଲରୁ ଜଣେ ୩୫ବର୍ଷୀୟ ପୁରୁଷ , ୨୦ ବର୍ଷୀୟ ପୁରୁଷ, ୨୯ ବର୍ଷୀୟ ମହିଳା ପୂର୍ବରୁ ବିହାରରୁ ଫେରିଥିଲେ। ହଟସ୍ପଟ ଜିଲ୍ଲାର ୨୪ ବର୍ଷୀୟ ମହିଳା ପୂର୍ବରୁ ଦିଲ୍ଲୀରୁ ଫେରିଥିଲେ । ସରକାରୀ ଡ଼ାକ୍ତରଖାନାର ଦୁଇ ଜଣ ସିକ୍ୟୁରିଟି ଗାର୍ଡ଼ , ଲକ୍ଷ୍ମୀସାଗର ଉପର ସାହି ଏକ ପୂର୍ବ ସଂକ୍ରମିତ ପରିବାରରୁ ୯ଜଣ ଓ ବ୍ରହ୍ମେଶ୍ୱର ପାଟଣାର ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking