28.1 C
Bhubaneswar
Friday, July 19, 2024
Homeଦେଶ ବିଦେଶରେଳ ଧାରଣାରେ ବିଦ୍ୟୁତ ଆଘାତରେ ଜଳିଗଲେ ୬ ଶ୍ରମିକ

ରେଳ ଧାରଣାରେ ବିଦ୍ୟୁତ ଆଘାତରେ ଜଳିଗଲେ ୬ ଶ୍ରମିକ

ରାଞ୍ଚି: ରେଳ ଧାରଣା ପାର୍ଶ୍ୱରେ ବିଦ୍ୟୁତ ଖୁଣ୍ଟି ମରାମତି କାର୍ଯ୍ୟରେ ନିୟୋଜିତ ଥିବା ୬ ଶ୍ରମିକ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି । ବିଦ୍ୟୁତ ଖମ୍ବ ମରାମତି କାର୍ଯ୍ୟ ଚାଲିଥିଲେ ସୁଦ୍ଧା ଉକ୍ତ ରୁଟ୍ରେ ବିଦ୍ୟୁତ ସରବରାହ ବନ୍ଦ କରିନଥିଲା କାମ ଟେଣ୍ଡର ନେଇଥିବା ଠିକା ସଂସ୍ଥା । ଫଳରେ ପୋତା ଯାଉଥିବା ଲୁହା ଖୁଣ୍ଟି ଟ୍ରେନ ଲାଇନର ୨୫ ହଜାର ଭୋଲ୍ଟ ତାର ସଂସ୍ପର୍ଷରେ ଆସି କାର୍ଯ୍ୟରତ ୬ ଶ୍ରମିକ ଜଳିଗଲେ । ଏପରି ଏକ ଅଭାନୀୟ ଘଟଣା ଝାଡଖଣ୍ଡ ଧନବାଦରୁ ସାମ୍ନାକୁ ଆସିଛି । ଅଘଟଣ ପରେ ରେଳବାଇ ଠିକା ସଂସ୍ଥାର ଦାୟିତ୍ୱହିନତାକୁ ଦାୟୀ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛି । ସୂଚନା ଅନୁସାରେ, ଧନବାଦ ରେଳ ମଣ୍ଡଳର ଗୋମୋ-ଧନବାଦ ରେଳଖଣ୍ଡ ଅଧୀନ ତେତୁଲମାରି ଓ ନିଚିତପୁର ହଲ୍ଟ ମଧ୍ୟରେ ଏହି ବିଦ୍ୟୁତ ଖୁଣ୍ଟି ମରାମତି କାର୍ଯ୍ୟ କରାଯାଉଥଲା । ଏହି କାମର ଟେଣ୍ଡର ଏକ ଠିକ ସଂସ୍ଥାକୁ ଦିଆଯାଇଥିଲା । ରେଳ ଧାରଣା ପାର୍ଶ୍ୱରେ କାର୍ଯ୍ୟ ଚାଲିଥିବା ବେଳେ ୬ଜଣ ଠିକା ଶ୍ରମିକ ଖୁଣ୍ଟି ପୋତା କାର୍ଯ୍ୟରେ ନିୟୋଜିତ ଥିଲେ । ଏହି ସମୟରେ ଧାରଣା ଉପର ଦେଇ ଯାଇଥିବା ୨୫ ହଜାର ଭୋଲ୍ଟ ବିଦ୍ୟୁତ ତାର ସଂସ୍ପର୍ଷରେ ପୋତା ଯାଉଥିବା ଖୁଣ୍ଟି ଆସିଯାଇଥିଲା ।

ଫଳରେ ୬ ଜଣ ଶ୍ରମକ ଘଟଣାସ୍ଥଳରେ ଜଳିଯାଇଥିଲେ । ସୂଚନା ପାଇ ପୋଲିସ ଓ ରେଳବାଇ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଶ୍ରମିକଙ୍କ ପରିଚୟ ମଧ୍ୟ ଜଣାପଡିଛି । ସମସ୍ତ ଉତ୍ତର ପ୍ରଦେଶ ପଲାମୁ ଓ ଆହ୍ଲାବାଦ ଅଞ୍ଚଳର ବୋଲି ପୋଲିସ କହିଛି । ଧାନବାଦ ରେଳ ମଣ୍ଡଳ ପକ୍ଷରୁ ଅଘଟଣ ପାଇଁ ସମ୍ପୃକ୍ତ ଠିକା ସଂସ୍ଥାକୁ ଦାୟୀ କରାଯାଇଛି । କାର୍ଯ୍ୟ ବେଳେ ଠିକା ଶ୍ରମିକଙ୍କ ସୁରକ୍ଷା ପ୍ରତି ସଂସ୍ଥା ଚରମ ଅବହେଳା ପ୍ରଦର୍ଶନ କରିଛି । ରେଳବାଇକୁ ସୂଚୀତ ନକରି ସେମାନଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଏପରିକି କାମ ହେଉଥିବା ଲାଇନରେ ଇଲେକ୍ଟ୍ରି ସପ୍ଲାଇ ବ୍ଲକ କରିବା ପାଇଁ ସମ୍ପୃକ୍ତ ସଂସ୍ଥା ରେଳବାଇକୁ ସୂଚନା ମଧ୍ୟ କରିନଥିଲା । ଫଳରେ ଏପରି ଅଘଟଣରେ ୬ ଜଣ ଶ୍ରମିକ ପ୍ରାଣ ହରାଇଥିବା ରେଳବାଇ କହିଛି । ଟେଣ୍ଡର ପାଇଥିବା ଠିକା ସଂସ୍ଥା ବିରୋଧରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ ହୋଇଛି । ରେଳବାଇ ମଧ୍ୟ ତଦନ୍ତ ପାଇଁ ଏକ ଟିମ ଗଠନ କରି ଘଟଣାସ୍ଥଳକୁ ପଠାଇଛି । ସମ୍ପୃକ୍ତ ଠିକା ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଡିଆରଏମ କମଲ କିଶୋର ସିହ୍ନା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking