32.1 C
Bhubaneswar
Thursday, March 28, 2024
Homeଓଡିଶାମେ’୩୧ ସୁଦ୍ଧା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ମେ’୩୧ ସୁଦ୍ଧା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର : ମେ’୩୧ ସୁଦ୍ଧା +୨ ପରୀକ୍ଷା ଫଳ ପ୍ରକାଶ ପାଇବ । ମେ’୩୧ ସୁଦ୍ଧା ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଏ ନେଇ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧ରୁ +୨ ପରୀକ୍ଷା ଆରମ୍ଭ ହୋଇ ଏପ୍ରିଲ ୫ରେ ଶେଷ ହୋଇଥିଲା । ମୋଟ୍ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢ଼େ ୩ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏଥରୁ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଅନ୍ୟପଟେ ଆଜିଠୁ +୨ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆକରମ୍ବ ହୋଇଯାଇଛି । ମାତ୍ର ମନ ପସନ୍ଦର କଲେଜରେ ସିଟ୍ ମିଳିବ ନା ନାହିଁ ତାକୁ ନେଇ ପିଲାଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ତେବେ ସିଟ୍ ଅଭାବ ପାଇଁ ଭଲ କଲେଜରେ ସିଟ ମିଳିବ ନା ନାହିଁ ତାକୁ ନେଇ ଶଙ୍କାରେ ଛାତ୍ରଛାତ୍ରୀ । ସେପଟେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ୧୦୬ଟି ହାଇସ୍କୁଲକୁ ଦ୍ୱାଦଶ ଯାଏ ଅପ୍ ଗ୍ରେଡ କରାଯାଇଛି । ଯେଉଁଠି ୧୩ ହଜାର ସିଟ ଅଛି । ତଥାପି କିଛି ସ୍ଥାନରେ ସିଟ୍ ବଢ଼ାଇବା ପାଇଁ ଚିନ୍ତା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking