27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ୬ ମାସର ପ୍ରେମ.. ଲିଭ ଇନ ପରେ ବିବାହ.. ଶେଷରେ....

୬ ମାସର ପ୍ରେମ.. ଲିଭ ଇନ ପରେ ବିବାହ.. ଶେଷରେ….

ନୂଆଦିଲ୍ଲୀ: ଏକ ପ୍ରେମୀ ଯୁଗଳ ଗତ ୬ ମାସ ତଳେ ଲିଭ ଇନ ରିଲେସନସିପରେ ଥିଲେ । ଚଳିତ ବର୍ଷ ଜାନୁଆରୀରେ ଏହି ଦୁଇଜଣ ବିବାହ ମଧ୍ୟ କରିଥିଲେ । ବର୍ତ୍ତମାନ ନିଜ ସ୍ତ୍ରୀକୁ ଏକ ହୋଟେଲ ରୁମରେ ଛାଡି ଫେରାର ହୋଇଯାଇଛି ଯୁବକ । ପ୍ରେମରେ ଧୋକା ପାଇବା ପରେ ପୋଲିସର ସାହାରା ନେଇଛନ୍ତି ଯୁବତୀ । ଯୁବତୀ ଜଣକ ପୋଲିସ ପାଖେ ଭେଁ ଭେଁ ହୋଇ କାନ୍ଦିକି କହିଛନ୍ତି ଯେ, ସାର ମୋତେ ଯଦି କିଏ ବାହା ହୁଏ ତେବେ ସେ ମୋତେ ନିଜ ଘରେ ରଖିବ, ହେଲେ ସେ ମୋତେ ହୋଟେଲ ରୁମରେ ଛାଡି ଫେରାର ହୋଇଯାଇଛି । ସେଠାରେ ପୋଲିସ କର୍ମୀ ସେହି ଯୁବତୀଙ୍କୁ ନ କାନ୍ଦିବାକୁ ଅନୁରୋଧ କରିଛନ୍ତି ଏବଂ ସେ ଯୁବକଙ୍କ ନାମରେ ମାମଲା ରୁଜୁ କରିଛନ୍ତି ।

ଏହି ଘଟଣା ମଧ୍ୟପ୍ରଦେଶ ରାଜ୍ୟର ଖରଗୌନ ଜିଲ୍ଲାର ଅଟେ । ତେବେ ଏସପିଙ୍କ ସାମ୍ନାରେ ଅଭିଯୋଗ କରିବାକୁ ଆସିଥିବା ୧୯ ବର୍ଷୀୟ ଯୁବତୀ ଗତ ବର୍ଷ ୨୬ ଜୁନରେ ବିକ୍ରମ ସୋଲଙ୍କିଙ୍କ ସଂସ୍ପର୍ଶରେ ଆସିଥିଲେ । ବିକ୍ରମ ସୋଲଙ୍କି ଖରଗୋନ ଜିଲ୍ଲାର ବୁଫଲଗାଁରେ ରୁହନ୍ତି । ୬ ମାସ ପର୍ଯ୍ୟନ୍ତ ଲିଭ-ଇନ ରିଲେସନସିପରେ ରହିବା ପରେ ବିକ୍ରମ ଯୁବତୀଙ୍କ ସହ ଚଳିତ ବର୍ଷ ୧୭ ଜାନୁଆରୀରେ ଆର୍ଯ୍ୟ ସମାଜରେ ବିବାହ କରିଥିଲେ । ବିବାହ ପରେ ଯୁବକ ଜଣକ ପତ୍ନୀଙ୍କୁ ଘରକୁ ନ ନେଇ ହୋଟେଲରେ ରଖିଥିଲେ । ଯେତେବେଳେ ଝିଅର ପରିବାର ଲୋକେ ଜାଣି ପୁଅ ଉପରେ ପ୍ରେସର ପକାଇଲେ ବିକ୍ରମ ତାଙ୍କ ପତ୍ନୀକୁ ବାଡେଇଥିଲେ । ଏହାପରେ ସେ ତାଙ୍କୁ ସେହି ହୋଟେଲରେ ଛାଡି ଫେରାର ହୋଇଯାଇଛନ୍ତି । ଏହାପରେ ପୀଡିତ ଯୁବତୀ ପୋଲିସର ସାହାଯ୍ୟ ନେବା ପାଇଁ ବଡ଼ବାହ ଥାନାରେ ପହଁଚିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking