33.1 C
Bhubaneswar
Monday, June 24, 2024
Homeଦେଶ ବିଦେଶଗଙ୍ଗୀ ନଦୀରେ ଡଙ୍ଗା ବୁଡି ୬ ନିଖୋଜ

ଗଙ୍ଗୀ ନଦୀରେ ଡଙ୍ଗା ବୁଡି ୬ ନିଖୋଜ

ପାଟନା : ପାଟନାରେ ୧୭ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୀ ନଦୀରେ ଯିବା ସମୟରେ ଭାରସାମ୍ୟ ହରାଇ ଡଙ୍ଗା ଓଲଟି ପଡିଛି  । ଡଙ୍ଗାରେ ଥିବା ୧୧ ଜଣ ଯାତ୍ରା କୌଣସି ମତେ ପହଁରି ପହଁରି କୂଳରେ ପହଂଚିଛନ୍ତି । ଅନ୍ୟ ୬ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳୁଛି । ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ୨୫ରୁ ଅଧିକ ଯାତ୍ରୀ ଥିଲେ । ତେଣୁ କେତେ ଜଣ ନିଖୋଜ ଅଛନ୍ତି ସେ ସଂପର୍କରେ ସଠିକ ସୂଚନା ମିଳିପାରୁ ନାହିଁ । ଅଘଟଣର ଖବର ପରେ ବିହାର ସରକାରଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି । ଏସଡିଆରଏଫ ଟିମ ଓ ସ୍ଥାନୀୟ ପୋଲିସ ପ୍ରଶାସନ ପ କ୍ଷରୁ ଗଙ୍ଗାନଦୀରେ ରେସ୍କ୍ୟୁ ଅପରେସନ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking