38.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବନ୍ୟା ସ୍ଥିତି ମୁକାବିଲା ପାଇଁ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ବନ୍ୟା ସ୍ଥିତି ମୁକାବିଲା ପାଇଁ ଆଇଏଏସଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ କେତେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଉପୁଜିଛି । ମହାନଦୀ, ସୁବର୍ଣ୍ଣରେଖା, ବୈତରଣୀଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଘାଇ ସୃଷ୍ଟି ହୋଇଛି । ତେଣୁ ଏହି ବନ୍ୟା ସ୍ଥିତି ମୁକାବିଲା କରିବା ପାଇଁ ୬ ଆଇଏଏସଙ୍କୁ ଦାୟିତ୍ୱ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲା ପାଇଁ ବିଶାଲ ଦେବଙ୍କୁ ଦାୟିତ୍ୱ ଦିଆଯାଇ ଥିବା ବେଳେ ଭଦ୍ରକ ଜିଲ୍ଳା ପାଇଁ ବି.ପି. ସେଠୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯାଜପୁର ଜିଲ୍ଲା ପାଇଁ ଭି. ଭି. ଯାଦବ, ଜଗତସିଂହପୁର ଜିଲ୍ଲା ପାଇଁ ସତ୍ୟବ୍ରତ ସାହୁ, କେନ୍ଦ୍ରାପଡ଼ା ପାଇଁ ହେମନ୍ତ ଶର୍ମା ଓ କଟକ ଜିଲ୍ଲା ପାଇଁ ଡି.କେ. ସିଂ ଙ୍କୁ ଦାୟିତ୍ୱ ଦିଆଯାଇଛି ।

ଏହାସହ ବର୍ତ୍ତମାନ ହୀରାକୁଦ ଡ୍ୟାମର ମୋଟ୍‌ ୪୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି। ମୁଣ୍ଡଳିରେ ଧୀରେ ଧୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ମୁଣ୍ଡଳି ଦେଇ ୯ ଲକ୍ଷ ୧୦ ହଜାର ୮୨୫ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ନରାଜ ଦେଇ ୪ ଲକ୍ଷ ୪୮ ହଜାର ୭୩୪ କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ଯୋବ୍ରା ଦେଇ ୪ ଲକ୍ଷ ୨୩ ହଜାର ୫୧୪ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ସୂଚନା ମିିଳିଛି।ଆସନ୍ତାକାଲି ସକାଳ ୫ଟା ସୁଦ୍ଧା ବନ୍ୟାଜଳ ମୁଣ୍ଡୁଳିରେ ପହଞ୍ଚିବ ବୋଲି ପୂର୍ବାନୁମାନ କରାଯାଇଛି । ମୁଣ୍ଡୁଳିରେ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏହାକୁ ଦୃଷ୍ଟିରେ ରଖି କେତେକ ଜିଲ୍ଲାକୁ ଆଲର୍ଟ ରଖାଯାଇଛି । ବୈତରଣୀ ଆଖୁଆପଦାରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ରହିଛି । ରାଜ୍ୟରେ ଅନ୍ୟ ନଦୀ ଗୁଡ଼ିକର ଜଳସ୍ତର ହ୍ରାସ ପାଉଛି । ବନ୍ୟା ଫଳରେ ବିଭିନ୍ନ ସ୍ଥାନରେ ମୋଟ୍ ୨୬ଟି ଘାଇ ହୋଇଛି । ଯାଜପୁରରେ ବରୀରେ ସର୍ବାଧିକ ଘାଇ ସୃଷ୍ଟି ହୋଇଥିବା ନେଇ ସୂଚନା ରହିଛି । ଅନ୍ୟ ୪୮ଟି ଦୁର୍ବଳ ସ୍ଥାନ ଉପରେ ମଧ୍ୟ ନଜର ରଖାଯାଇଛି । ଏହାସହ ଜଳ ସମ୍ପଦ ବିଭାଗ ଯନ୍ତ୍ରୀମାନେ ରାତିସାରା ପାଟ୍ରୋଲିଂ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking