29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୬.୭ ତୀବ୍ରତାରେ ଥରିଲା ଫିଲିପାଇନ୍ସ

୬.୭ ତୀବ୍ରତାରେ ଥରିଲା ଫିଲିପାଇନ୍ସ

ନୂଆଦିଲ୍ଲୀ : ଫିଲିପାଇନ୍ସରେ ସକାଳେ ଶକ୍ତିଶାଲୀ ଭୂକମ୍ପ ଅନୁଭୂତ ହୋଇଛି । ଯେତେବେଳେ ଭୂକମ୍ପ ହୋଇଥିଲା, ଲୋକମାନେ ଭୟଭୀତ ହୋଇ ଘରୁ ଦୌଡି ପଳାଇଆସିଥିଲେ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ଥିଲା । ତେବେ ଏହି ସମୟ ମଧ୍ୟରେ କୌଣସି କ୍ଷୟକ୍ଷତି ହୋଇ ନାହିଁ । ସୁନାମି ହେବାର ସମ୍ଭାବନା ବି ନାହିଁ । ସୂଚନା ଥାଉକି, ଆଜି ସକାଳେ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ଫିଲିପାଇନ୍ସର ନ୍ୟାସନାଲ ସେସମୋଲୋଜିକାଲ ସେଣ୍ଟର କହିଛି ଯେ ଲୁଜନର ମୁଖ୍ୟ ଦ୍ୱୀପପୁଞ୍ଜରେ ୬.୭ ତୀବ୍ରତାରେ ଏକ ଭୂକମ୍ପ ଘଟିଛି । ଏହାର କେନ୍ଦ୍ର ସ୍ଥଳ ୧୧୨ କିଲୋମିଟର ତଳେ ଗଭୀରରେ ଥିଲା । କିଛି ମିନିଟ୍ ପରେ ସମାନ ଅଞ୍ଚଳରେ ୫.୮ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଥିଲା ।ବାଟାଙ୍ଗାସ୍ ପ୍ରଦେଶର ପୋଲିସ୍ ଅଧିକାରୀ ରୋନି ଓରେଲାନୋ କହିଛନ୍ତି ଯେ କମ୍ପନ ଅନୁଭୂତ ହୋଇଛି । ଏହା ଏକ ଅତ୍ୟଧିକ ତୀବ୍ର ଭୂକମ୍ପ ଥିଲା । ଭୂକମ୍ପ ଯୋଗୁଁ ଲୋକମାନେ ଆତଙ୍କିତ ଅବସ୍ଥାରେ ଥିଲେ । ତେବେ ଏହି ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଅନୁଭୂତ ହେଉଥିବା ସେ କହିଛନ୍ତି । ଏଠାରେ ରହୁଥିବା ବାସିନ୍ଦାମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking