32.1 C
Bhubaneswar
Friday, May 3, 2024
Homeଓଡିଶାରାଜ୍ୟରେ ଆଉ ୫୭ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ରାଜ୍ୟରେ ଆଉ ୫୭ ଜୀବନ ନେଲା ମହାମାରୀ କରୋନା, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଗତ ଦୁଇଦିନ ଧରି ରାଜ୍ୟରେ କରୋନା ମୃତ୍ୟୁ ୫୦ ଉପରେ ରହୁଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ କରିସାରିଛି, ଏହା ଆଜିର ମୃତ୍ୟୁ ସଂଖ୍ୟାରୁ ପ୍ରମାଣିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୪ହଜାର ୪୧୫କୁ ବୃଦ୍ଧି ପାଇଛି । ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୦ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ବରଗଡ଼, ଗଞ୍ଜାମ, ପୁରୀ, ନୟାଗଡ଼ ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, କଳାହାଣ୍ଡି, କୋରାପୁଟରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଜୀବନ ହାରିଛନ୍ତି । ଏହାସହ ଅନୁଗୁଳ, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ବାଲେଶ୍ୱର, କଟକ, ଦେବଗଡ଼, ରାୟଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଅନ୍ୟପଟେ, ରାଜ୍ୟରେ ଆଜି ପୁଣି ୨ ହଜାର ୫୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୪୫୮ ଓ ସ୍ଥାନୀୟ ଅଞ୍ଚଳରୁ ୧୦୮୪ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୨ ହଜାର ୩୩୦ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୯,୦୦,୨୮୨ ରହିଥିବା ବେଳେ ୨୭ ହଜାର ୫୮୦ ଜଣ ଚିକିତ୍ସିତ ହେଉଛନ୍ତି ।ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୨୮ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୪୨୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୩୨,୩୩୦ରେ ପହଞ୍ଚି ଥିବାବେଳେ ୯,୦୦,୨୮୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୨୭,୫୮୦ ରହିଛି। ଜୁଲାଇ ୬ରେ ୨୬୦୨ ପଜିଟିଭ୍‌ ଚିହ୍ନଟ ହୋଇଥିଲେ।

ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନୁଗୁଳରୁ ୬୦ , ବାଲେଶ୍ୱରରୁ ୨୨୧ , ବରଗଡ଼ ୧୭ , ଭଦ୍ରକ ୧୦୦ , ବଲାଙ୍ଗୀର ୨ , ବୌଦ୍ଧ ୭ , କଟକ ୪୨୮ , ଦେବଗଡ଼ ୭ , ଢେଙ୍କାନାଳ ୩୪, ଗଜପତି ୧୫ , ଗଞ୍ଜାମ ୧୩ , ଜଗତସିଂହପୁର ୧୨୮ , ଯାଜପୁର ୧୩୯ , ଝାରସୁଗୁଡ଼ା ୨୪ , କଳାହାଣ୍ଡି ୧୦ , କନ୍ଧମାଳ ୧୯ , କେନ୍ଦ୍ରାପଡ଼ା ୧୬୭ , କେନ୍ଦୁଝର ୬୯ , କୋରାପୁଟ ୪୦ , ମାଲକାନଗିରି ୪୨ , ମୟୂରଭଞ୍ଜ ୧୨୪ , ନବରଙ୍ଗପୁର ୧୨ , ନୟାଗଡ଼ ୭୮ , ନୂଆପଡ଼ା ୮ , ପୁରୀ ୧୫୦ , ରାୟଗଡ଼ା ୩୭, ସମ୍ୱଲପୁର ୨୮, ସୋନପୁର ୫ , ସୁନ୍ଦରଗଡ଼ ୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking