31.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିପାତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀ ‘ନିପାତ’ ଅଭିଯାନ ଜାରି ରହିଛି । ଏନକାଉଣ୍ଟରରେ ୫ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ରହିଛି । ଜମ୍ମୁ-କଶ୍ମୀର ପୁଲୱାମାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା । ଆଉ କିଛି ଆତଙ୍କବାଦୀ ଲୁଚିଥିବା ଆଶଙ୍କା କରାଯାଉଛି । ଫଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଜମ୍ମୁ-କଶ୍ମୀର ଆଇଜିପି ବିଜୟ କୁମାର ସୁରକ୍ଷାକର୍ମୀ ତଥା ପୋଲିସକର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ତେବେ ବୁଧବାର ବିଳମ୍ବିତ ରାତିରେ ପୋଲିସକର୍ମୀଙ୍କୁ ପୁଲୱାମା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବାର ଖବର ମିଳିଥିଲା । ଖବର ମିଳିବା ପରେ ପୋଲିସ ସମ୍ପୂର୍ଣ୍ଣ ଅଞ୍ଚଳକୁ ଘେରାବନ୍ଦୀ କରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହି ସମୟରେ ଆତଙ୍କବାଦୀମାନେ ପ୍ରଥମେ ଗୁଳିଚାଳନା କରିଥିଲେ, ଯାହାର ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀମାନେ ମଧ୍ୟ ଗୁଳି ଚଳାଇ ସେମାନଙ୍କୁ ନିପାତ କରିଥିଲେ । ଏଥିରେ ହିଜବୁଲ ମୁଜାହିଦୀନ ଆତଙ୍କବାଦୀର ଜଣେ କମାଣ୍ଡର ନିପାତ ହୋଇଥିବା ଜଣାପଡିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking