ନୂଆଦିଲ୍ଲୀ : ଧନୀ ଲୋକ ମାନେ ମୁକଦ୍ଦମା ଲଢିବା ପାଇଁ ବଡରୁ ବଡ ଓକିଲ ଙ୍କୁ ବାଛି ଥାନ୍ତି । ଓକିଲଙ୍କ ଫିସ ଯେତେ ଥାଉ ନା କାହିଁକି । ଆସନ୍ତୂ ଜାଣିବା ଭାରତରେ ୫ ଜଣ ସବୁଠାରୁ ମହଙ୍ଗା ଓକିଲଙ୍କ ବିଷୟରେ । ଯେଉଁ ମାନଙ୍କ ଫିସ ଶୁଣି ଆପଣଙ୍କ ହୋସ ଉଡିଯିବ । ଏହି ଓକିଲ ମାନେ ଗୋଟିଏ ଶୁଣାଣୀ ପାଇଁ ୨୫ ଲକ୍ଷ ପର୍ଯ୍ୟନ୍ତ ନେଇଥାନ୍ତି ।
ପ୍ରଥମରେ ଅଛନ୍ତି ରାମ ଜେଠ ମଲାନି । ଇଏ ଗୋଟିଏ ଥର ଶୁଣାଣୀ ପାଇଁ ୨୫ ଲକ୍ଷ ଟଙ୍କା ନେଇଥାନ୍ତି । ରାମ ଜେଠ ମଲାନିଙ୍କ ମୁଖ୍ୟ କେସ ଥିଲା ଇନ୍ଦିରା ଗାନ୍ଧୀ ଓ ରାଜୀଭ ଗାନ୍ଧୀଙ୍କ ହତ୍ୟାକାରୀ ମାନଙ୍କ ଓକିଲ ଥିଲେ । ଇଏ ସ୍ମଗଲିଙ୍ଗ କେସରେ ଅଣ୍ଡର ୱାଲ୍ଡ ଡନ ହାଜି ମସ୍ତାନୀଙ୍କ ଓକିଲ ଥିଲେ । ହୱାଲା କେସ ବିଜେପି ଲିଡର ଲାଲ କୃଷ୍ନ ଆଡଭାନୀଙ୍କ ଓକିଲ ମଧ୍ୟ ଥିଲେ । ୨ ଜି ସ୍କିମରେ ଜଡିତ ଥିବା କାନିମୋଝି ଓ ମୁଖ୍ୟମନ୍ତ୍ରୀ ଜୟଲଲିତାଙ୍କ ଓକିଲ ମଧ୍ୟ ଥିଲେ ।
ଦ୍ୱିତୀୟରେ ଅଛନ୍ତି ଫଲି ନରିମନ । ସେ ପ୍ରତ୍ୟେକ ଶୁଣାଣି ପାଇଁ ୮ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି । ତାଙ୍କ ମୁଖ୍ୟ କେସ , ତାମିଲ ନାଡୁ ଓ କର୍ଣ୍ଣାଟକ ମଧ୍ୟରେ କାବେରୀ ନଦୀ ପାଇଁ ହୋଇଥିବା ବିବାଦର ସେ ଓକିଲ ଥିଲେ ।
ତୃତୀୟରେ ଅଛନ୍ତି କେ.କେ ବେଣୁଗୋପାଳ । ସେ ପ୍ରତିଟି ଶୁଣାଣୀ ପାଇଁ ୫ରୁ ୧୫ ଲକ୍ଷ ଟଙ୍କା ନିଅନ୍ତି । ଆଧାର କାର୍ଡକୁ ଅନିବାର୍ଯ୍ୟ କରାଯାଇତିବା କେସରେ ସେ ସୁପ୍ରିମ କୋର୍ଟରେ ଓକିଲ ଥିଲେ । ସବରୀମାଲାରେ ଜେଣ୍ଡର ଭେଦଭାବ ମାମଲାରେ ସେ ଓକିଲ ଥିଲେ ।
ଲୋଧା କମିଟିର ନିୟମକୁ ଲାଗୁ କରିବା ପାଇଁ ବିସିସିଆଇ ପକ୍ଷରୁ ଓକିଲାତି କରିଥିଲେ ।
ଚତୁର୍ଥରେ ଅଛନ୍ତି ଗୋପାଲ ସୁବ୍ରମଣ୍ୟମ । ସେ ପ୍ରତି କେସର ଶୁଣାଣୀ ପାଇଁ ୫ ଲକ୍ଷ ୫୦ ହଜାର ରୁ ୧୬ ଲକ୍ଷ ୫୦ ହଜାର ଟଙ୍କା ନେଇଥାନ୍ତି । ଗ୍ରାହମ ଶ୍ଟାନ୍ସ ମର୍ଡର କେସ ଓ ଜେସିକାଲାଲ ମର୍ଡର କେସ, ସଂସଦରେ ଆକ୍ରମଣ କେସ ସୁବ୍ରମଣ୍ୟମଙ୍କର ମୁଖ୍ୟ କେସ ଗୁଡିକ ମଧ୍ୟରୁ ଅନ୍ୟତମ ।
ପଞ୍ଚମରେ ଅଛନ୍ତି ହରିଶ ସାଲଭେ । ତାଙ୍କର ପ୍ରତିଟି କେସ ପାଇଁ ସେ ୬ଲକ୍ଷ ରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି । ସଲମାନ ଖାନ ହିଟ ଆଣ୍ଡ ରନ କେସ , ଅନ୍ତଯାର୍ତୀୟ କୋର୍ଟ ଅଫ ଜଷ୍ଟିସରେ କୂଳଭୁଷଣ ଯାଦବ ର କେସ ଓ ଭୋଡାଫୋନ କେସ । ଏଗୁଡିକ ହରିସ ସାଲଭେଙ୍କର ମୁଖ୍ୟ କେସ ଗୁଡିକ ମଧ୍ୟରୁ ଅନ୍ୟତମ ।