30.1 C
Bhubaneswar
Friday, May 3, 2024
Homeଦେଶ ବିଦେଶପଶ୍ଚିମବଙ୍ଗରେ ଏହି ଦୁଇ ସିଟରେ ମେ’୧୩ରେ ମତଦାନ

ପଶ୍ଚିମବଙ୍ଗରେ ଏହି ଦୁଇ ସିଟରେ ମେ’୧୩ରେ ମତଦାନ

କୋଲକାତା: ବଙ୍ଗଳାରେ ଶମସରେଗଂଜ ସିଟ ଓ ମୁର୍ଶିଦାବାଦର ଜଙ୍ଗୀପୁରରେ ମତଦାନକୁ ନେଇ ନିର୍ବାଚନ କମିଶନ ନୂଆ ତାରିଖ ଘୋଷଣା କରିଛନ୍ତି । କମିଶନଙ୍କ ତରଫରୁ ଦିଆଯାଇଥିବା ସୂଚନା ମୁତାବକ ଏହି ଦୁଇ ସିଟରେ ୧୩ ମେ ରେ ମତଦାନ କରାଯିବ । କହିରଖୁଛୁ ନିର୍ବାଚନ ମଧ୍ୟରେ ଏହି ଦୁଇ ସିଟରେ ପ୍ରାର୍ଥୀଙ୍କ କରୋନାରେ ନିଧନ ହୋଇଥିଲା । ଯାହାପରେ ନିର୍ବାଚନ ରଦ୍ଦ କରାଯାଇଥିଲା ।
ନିର୍ବାଚନ କମିଶନ ବଙ୍ଗଳାର ଦୁଇ ସିଟରେ ୧୩ ମେ ରେ ମତଦାନ କରାଇବା ନେଇ ଘୋଷଣା କରିଛନ୍ତି । ଏହି ସିଟ ପାଇଁ ଜଲଦି ପ୍ରାର୍ଥୀପତ୍ର ଦାଖଳ ନେଇ ନୋଟିଫିକେସନ ଜାରି କରାଯିବ । ଦୁଇଟି ଯାକ ଆସନରେ କରୋନା ଗାଇଡଲାଇନ ଅନୁସାରେ ମତଦାନ କରାଯିବ ।
ଶମସେରଗଂଜ ସିଟରେ କଂଗ୍ରେସ ପ୍ରାର୍ଥୀ ରେଜାଉଲ ହକଙ୍କ ନିଧନ ହୋଇଥିଲା । ସେହି ସିଟରେ ୨୬ଏପ୍ରିଲରେ ନିର୍ବାଚନ ହେବାର ଥିଲା । ଯାହାକୁ ବନ୍ଦ କରାଯାଇଥିଲା । ସେହିଭଳି ଜଂଗୀପୁରରେ ଆରଏସପି ପ୍ରାର୍ଥୀ ପ୍ରଦୀପ ନନ୍ଦିଙ୍କ କରୋନା କାରଣରୁ ନିଧନ ହୋଇଥିଲା ।
କହିରଖୁଛୁ, ପଶ୍ଚିମବଙ୍ଗରେ ୨୯୨ ସିଟରେ ୮ଟି ପର୍ଯ୍ୟାୟରେ ୨୯ ଏପ୍ରିଲରେ ମତଦାନ ସଂପନ୍ନ ହେବ । ଏହାପରେ ମେ ରେ ଫଳ ପ୍ରକାଶ ପାଇବ । ବଙ୍ଗଳାରେ ଚଳିତ ଥର ମୁକାବିଲା ଟିଏମସି ଓ ବିଜେପି ମଧ୍ୟରେ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking