38.1 C
Bhubaneswar
Tuesday, April 23, 2024
Homeଓଡିଶାରାଜ୍ୟରେ କୋରନା ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ ରହିଛି : ସ୍ୱାସ୍ଥ୍ୟ ବିଭାଗ

ରାଜ୍ୟରେ କୋରନା ରୋଗୀଙ୍କ ପାଇଁ ଯଥେଷ୍ଟ ବେଡ ରହିଛି : ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର : ରାଜ୍ୟରେ କେରନା ସଂକ୍ରମଣ ହୁ ହୁ ହୋଇ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ରେକର୍ଡ ଭାଙ୍ଗି ୪୦୦୦ ଟପିଛି । ଏହି ଦୃତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ କଟକଣା କଡାକଡି କରାଯାଇଛି ଓ ବ୍ୟାପକ ପ୍ରସ୍ତୁତି ଜାରି ରଖିଛନ୍ତି ।
ରାଜ୍ୟରେ କୋରନା ରୋଗୀଙ୍କ ପାଇଁ ପୁଣି କୋଭିଡ ହସ୍ପିଟାଲ ଖୋଲାଯିବା ନେଇ ପ୍ରସ୍ତୁତି କରାଯାଉଛି । ଏବେ ରାଜ୍ୟରେ ୯୦୦୮ଟି ବେଡ ରହିଛି । ସେହି ମଧ୍ୟରୁ ସରକାରୀ ହସ୍ପିଟାଲରେ ୪୩୬୮ ଟି ଓ ପ୍ରାଇଭେଟ ହସ୍ପିଟାଲରେ ୪୬୪୦ ଟି ବେଡ ରହିଛି । ରାଜ୍ୟରେ ୧୫୭୬ ଜଣ କୋରନା ରୋଗୀ ଅଛନ୍ତି ।

ଏହାସହ ସରକାରୀ ହସ୍ପିଟାଲରେ ୧୭୯ଟି ଭେଣ୍ଟିଲେଟର ଓ ପ୍ରାଇଭେଟ ହସ୍ପିଟାଲରେ ୬୦୩ଟି ଭେଣ୍ଟିଲେଟର ରହିଛି । ମୋଟ ୭୮୨ ଟି ଭେଣ୍ଟିଲେଟରରେ ୫୯ ଜଣ ରୋଗୀ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking