37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଭାରତର ୫ ଜଣ ପ୍ରଭାବଶାଳୀ ନେତ୍ରୀ

ଭାରତର ୫ ଜଣ ପ୍ରଭାବଶାଳୀ ନେତ୍ରୀ

ନୂଆଦିଲ୍ଲୀ : ଦେଶର ଏକ ମାତ୍ର ମହିଳା ପ୍ରଧାନମନ୍ତ୍ରୀ ହୋଇଥିବା ଇନ୍ଦିରା ଗାନ୍ଧୀ ହୁଅନ୍ତୁ କିମ୍ବା ଏକ ମାତ୍ର ରାଷ୍ଟ୍ରପତି ପ୍ରତିଭା ଦେବି ସିଂ ପାଟିଲ ଭାରତର ରାଜନିତୀରେ ଏମାନଙ୍କର ଯୋଗ ଦାନ ସଂସଦ ଠାରୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ବ୍ୟାପ୍ତ ।

ପ୍ରଥମ ସ୍ଥାନ ଅଛନ୍ତି ସୋନିଆ ଗାନ୍ଧୀ । ହିନ୍ଦୁସ୍ତାନ ରାଜନିତୀରେ ସୋନିଆ ଗାନ୍ଧୀଙ୍କ ନାମ ପ୍ରଭାବଶାଳୀ ମହିଳାଙ୍କ ସୂଚୀରେ ସର୍ବପ୍ରଥମେ ରହିଛି । ୧୯୯୭ ଠାରୁ ନେଇ ଆଜି ଯାଏଁ ସୋନିଆ ଗାନ୍ଧୀ କଂଗ୍ରେସର ଅଧ୍ୟକ୍ଷ ଅଛନ୍ତି । ସେ ଦେଶ ରାଜନିତୀର ଏକ ମଜଭୁତ ସ୍ତମ୍ଭ ।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ସ୍ୱର୍ଗତଃ ସୁଷମା ସ୍ୱାରାଜ । ସେ ଥିଲେ ବିଜେପିର ଜଣେ ବରିଷ୍ଠ ନେତ୍ରୀ । ବିଜେପିରେ ବୈଦେଶିକ ମନ୍ତ୍ରୀ ଭାବରେ ରହି ସୁଷମା ସ୍ୱରାଜ ମହିଳାଙ୍କ ଶକ୍ତିକୁ ବଢାଇଥିଲେ । ସେ ତାଙ୍କର ଭାଷଣ ଶୈଳୀ ପାଇଁ ପ୍ରସିଦ୍ଧ ଥିଲେ । ସଂସଦରେ ବିରୋଧୀ ନେତ୍ରୀ ଭାବେ ସେ କାର୍ଯ୍ୟ କରିଛନ୍ତି । ସେ ସବୁଠାରୁ କମ ବୟସରେ କ୍ୟାବିନେଟ ମନ୍ତ୍ରୀ ବନିଥିଲେ । ୬ ଅଗଷ୍ଟ ୨୦୧୯ରେ ତାଙ୍କର ଦେହାନ୍ତ ହୋଇଥିଲା ।

ତୃତୀୟ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ତୃଣମୃଳ କଂଗ୍ରେସର ପ୍ରମୁଖ ମଧ୍ୟ । ମମତା ବାନାର୍ଜୀ ଅନେକ ବର୍ଷ ହେବ ପଶ୍ଚିମବଙ୍ଗରେ ଶାସନ କରୁଛନ୍ତି । ପଶ୍ଚିମବଙ୍ଗରେ ବାମ ଦଳକୁ ଶାସନକୁ ବାହାର କରି ସେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।

ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରତିଭା ଦେବି ସିଂ ପାଟିଲ । ସେ ୨୦୦୭ ଜୁଲାଇରେ ଭାରତର ପ୍ରଥମ ରାଷ୍ଟ୍ରପତି ବନିଥିଲେ । ସେ ପ୍ରମାଣ କରି ଦେଖାଇଥିଲେ ଯେ, ମହିଳା ମାନେ ମଧ୍ୟ ନିତୀ ନିର୍ଣ୍ଣାୟକ ବିଷୟରେ ଆଗରେ ରହିପାରିବେ ।

ପଞ୍ଚମ ସ୍ଥାନରେ ଅଛନ୍ତି ବସୁନ୍ଧରା ରାଜେ । ବସୁନ୍ଧରା ରାଜେ ରାଜସ୍ଥାନ ରାଜନିତୀର ଏକ ପ୍ରମୁଖ ନାମ । ରାଜେ ରାଜସ୍ଥାନର ଏକ ରାଜ ପରିବାର ସହ ସମ୍ପୃକ୍ତ । ସେ ୧୯୮୪ରେ ବିଜେପି ରାଷ୍ଟ୍ର କାର୍ଯ୍ୟ କାରିଣୀରେ ସାମିଲ ହୋଇଥିଲେ । ସମୟକ୍ରମେ ସେ ତାଙ୍କ ନେତୃତ୍ୱ ବଳରେ ପ୍ରଦେଶଠୁ ନେଇ କେନ୍ଦ୍ର ପର୍ଯ୍ୟନ୍ତ ଯାଇପାରିଥିଲେ । ସେ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ରାଜସ୍ଥାନରେ ମୁଖ୍ୟ ମନ୍ତ୍ରୀ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking