34.1 C
Bhubaneswar
Friday, March 29, 2024
Homeଓଡିଶାସମଲେଇ ଯୋଜନା ଅନୁମୋଦିତ

ସମଲେଇ ଯୋଜନା ଅନୁମୋଦିତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସମଲେଇ ଯୋଜନା ଘୋଷଣା ହୋଇଛି । ଥଇଥାନ ଓ ପୁନର୍ବାସ ପ୍ୟାକେଜ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନାରେ ସମସ୍ତଙ୍କ ପାଇଁ ଆକର୍ଷଣୀୟ କ୍ଷତିପୂରଣ ବ୍ୟବସ୍ଥା ରହିଛି । ପୂଜାରୀଙ୍କ ପାଇଁ ଜମି, ଘର ପାଇଁ ସହୟତା ଯୋଗାଇ ଦିଆଯିବ । ୨୫ ଲକ୍ଷର ପୁନର୍ବାସ ଭତ୍ତା କିମ୍ବା ଘରର ମୂଲ୍ୟ ଯାହା ଅଧିକ ମିଳିବ । ପରିବହନ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ ତୁରନ୍ତ ମିଳିବ । ପ୍ରତ୍ୟେକ ପରିବାରକୁ ୧୨ ମାସ ପାଇଁ ୧୦ ହଜାର ଘର ଭଡା ମିଳିବ । ଯେଉଁ ପୂଜାରୀଙ୍କର ଘର ନଥିବ ଆଲୋଚନାରେ ପୁନର୍ବାସ ପ୍ୟାକେଜ ରହିଛି । ଜାଗାର ପଟ୍ଟା ଥିବା ସବୁ ଦୋକାନ ମାଲିକଙ୍କ ଠାରୁ ଜମି କିଣାଯିବ । ପ୍ରକଳ୍ପକୁ ଆଗେଇ ନେବା ପାଇଁ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଶିଂକ ପକ୍କା ଘର ଥିବା ଦୋକାନ ଘର ଏକକାଳୀନ ୩୦ ହଜାର ଟଙ୍କା ଓ ସଂପୂର୍ଣ୍ଣ ପକ୍କା ଘର ପାଇଁ ଏକକାଳୀନ ୫୦ ହଜାର ଟଙ୍କା ସହାୟତା ଦିଆଯିବ। ଉଠାଦୋକାନୀ ମାନଙ୍କୁ ୩୦ ହଜାର ଟଙ୍କା ଦୁଇଟି ସମାନ କିସ୍ତିରେ ପ୍ରଦାନ କରାଯିବ। ସେମାନଙ୍କ ପାଇଁ ଏକ ଷ୍ଟ୍ରିଟ ଭେଣ୍ଡିଂ ପ୍ଲାନ କରାଯିବ ଏବଂ କ୍ଷତିଗ୍ରସ୍ତ ଦୋକାନୀ ମାନଙ୍କୁ ଦୋକାନ ପାଇଁ ଜାଗା ଦିଆଯିବ। ସମ୍ବଲପୁର ଜିଲ୍ଲାପାଳ ସରକାରୀ କାର୍ୟ୍ୟାଳୟ ଗୁଡିକ ପାଇଁ  ଅନ୍ୟତ୍ର ସାମୟିକ ବ୍ୟବସ୍ଥା କରିବେ ଏବଂ ସେମାନଙ୍କୁ ସରକାରୀ ଜାଗାରେ ଅଫିସ ବିଲ୍ଡିଂ କରିବା ପାଇଁ ସ୍ଥାନ ଯୋଗାଇ ଦେବେ । ପ୍ରକଳ୍ପ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କ ପାଇଁ ଜିଲ୍ଲାପାଳଙ୍କ ଦ୍ବାରା ଏକ ସଂପୂର୍ଣ୍ଣ ଥଇଥାନ ଯୋଜନା କରାଯିବ। ଏହାକୁ ସମ୍ବଲପୁର ମହାନଗର ନିଗମ ଦ୍ବାରା କାର୍ୟ୍ୟକାରୀ କରାଯିବ।  ଏଥିରେ ଭୋକେସ୍ନାଲ ଟ୍ରେନିଂ, ଆର୍ଥିକ ସହାୟତା, ସ୍ବାସ୍ଥ୍ୟ ସହାୟତା, ରେସନ କାର୍ଡ ବ୍ୟବସ୍ଥା, ସ୍ଥାନୀୟ ସମ୍ବଳର ଉପଯୋଗ, ଆଶ୍ରୟ ଘର ଏବଂ ଏମବିପିୱାଇ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବସ୍ଥା ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking