ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ୟୁକେ ଷ୍ଟ୍ରେନର ନଅଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପରେ ବ୍ରିଟେନର ମୋଟ ଷ୍ଟ୍ରେନ୍ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି । ନିକଟରେ ବ୍ରିଟେନରୁ ଦିଲ୍ଲୀ ଆସିଥିବା କିଛି ଲୋକ କରୋନା ଭାଇରସ ର ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା । ଏହି ସୂଚନା ଗୁରୁବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରଦାନ କରିଥିଲେ ।
ବାସ୍ତବରେ, ବ୍ରିଟେନରୁ ଫେରୁଥିବା ଅନେକ ଲୋକ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଠିକଣା ଏବଂ ମୋବାଇଲ୍ ନମ୍ବର ଦେଇଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡିଛି । ଅଧିକାରୀ କହିଛନ୍ତି ଯେ, ନଭେମ୍ବର ୨୫ ରୁ ଆଇଜିଆଇ ବିମାନ ବନ୍ଦରରେ ପହଁଚିଥିବା ପ୍ରାୟ ୧୪,୦୦୦ ଯାତ୍ରୀଙ୍କ ମଧ୍ୟରୁ ୩୯୦୦ରୁ ଅଧିକ ଯାତ୍ରୀ ସେମାନଙ୍କ ଦିଲ୍ଲୀ ଠିକଣା ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ହେଲେ ସେମାନେ ଦେଇଥିବା ଠିକଣାରେ କୌଣସି ସତ୍ୟା ସତ୍ୟ ନାହିଁ କାରଣ ତାହା ଅସମ୍ପୂର୍ଣ୍ଣ ବିବରଣୀ ବୋଲି ଅଧିକାରୀ କହିଛନ୍ତି । ଯଥାଶୀଘ୍ର ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି । ” ଦିଲ୍ଲୀରେ ବ୍ରିଟେନରୁ ଫେରିଥିବା ଲୋକଙ୍କୁ ଖୋଜିବା ଏବଂ ଏହାର ଅନୁସନ୍ଧାନ ପାଇଁ ଜିଲ୍ଲା ସ୍ତରରେ ଏକ ଅଭିଯାନ ଆରମ୍ଭ ହୋଇଥିବା କୁହାଯାଇଛି ।