29.1 C
Bhubaneswar
Saturday, May 4, 2024
Homeଓଡିଶାକୋରାଇ ନିର୍ବାଚନ ମଣ୍ଡଳୀ ରେ 2ଟି ଡାକ୍ତର ଖାନା ରେ ନୂଆ 108ଆମ୍ବୁଲାନ୍ସ ସେବା ଯାଜପୁର

କୋରାଇ ନିର୍ବାଚନ ମଣ୍ଡଳୀ ରେ 2ଟି ଡାକ୍ତର ଖାନା ରେ ନୂଆ 108ଆମ୍ବୁଲାନ୍ସ ସେବା ଯାଜପୁର

ଯାଜପୁର(ଓଏନଏ)  ଜିଲ୍ଲାର କୋରାଇ ନିର୍ବାଚନ ମଣ୍ଡଳୀ ର ଯାଜପୁର ରୋଡ଼ ଓ ବୈତରଣୀ ରୋଡ ପ୍ରଭୁତି ଦୁଇଟି ଡାକ୍ତର ଖାନା ରେ ଶନିବାର ନୂଆ ଆମ୍ବୁଲାନ୍ସ ସେବା କାର୍ଯ୍ୟ କାରି ହୋଇଛି l
ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆବଶ୍ୟକତା ତଥା ବିଭିନ୍ନ ସମାଜ ସେବା ସଂଗଠନ ର ଦୀର୍ଘଦିନ ର ଦାବୀ କୁ ପୂରଣ କରିବାକୁ ଯାଇ ନୂତନ ବର୍ଷର ଆରମ୍ଭରୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ସରକାରଙ୍କ ପକ୍ଷରୁ ଏକ ନୂତନ ୧୦୮ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ଶନିବାର ପୂର୍ବାହ୍ନରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗ ନଗର  ସନ୍ତୋଷ କୁମାର ମିଶ୍ର ସବୁଜ ପତାକା ଦେଖାଇ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଥିଲେ । ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ସନ୍ତୋଷ କୁମାର ପୃଷ୍ଟି ଙ୍କ ତତ୍ବାବଧାନରେ ଉକ୍ତ କାର୍ଯ୍ୟକ୍ରମରେ ଜିଗିତ୍ସା ହେଲଥ କେୟାର ଲିମିଟେଡର କାର୍ଯ୍ୟ ପରିଚାଳକ ହବିବୁର ରହମାନ ନୂତନ ବର୍ଷ ର ଶୁଭେଚ୍ଛା ବାର୍ତ୍ତା ସହିତ ସରକାରଙ୍କ ମାଗଣା ସ୍ୱାସ୍ଥ୍ୟ ସେବାର ଲାଭନେବାକୁ ଜନସାଧାରଣଙ୍କ ସହଯୋଗ କାମନା ବ୍ୟକ୍ତ କରିଛନ୍ତି।ଏହା ସହିତ ସହକାରୀ କାର୍ଯ୍ୟ ପରିଚାଳକ  ସଂଗ୍ରାମ କେଶରୀ ସାହୁ ଏବଂ କ୍ଲଷ୍ଟର ପରିଚାଳକ ଆଶିଷ କୁମାର ବଳ ଆମ୍ବୁଲାନ୍ସ ସେବା ସମ୍ପର୍କୀୟ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ । ଏହି ଆମ୍ବୁଲାନ୍ସ ସେବା ଆରମ୍ଭ କରାଯିବା ଫଳରେ ବହୁ ଦିନର ଆଶା ପୂରଣ ହେବା ସହ ବ୍ୟାସନଗର ତଥା ଏହାର ଆଖପାଖ ଅଞ୍ଚଳର ବ୍ୟକ୍ତି ବିଶେଷ ବହୁ ଉପକୃତ ହେବେ ବୋଲି ଏହି କାର୍ଯ୍ୟକ୍ରମ ରେ ସମାଜସେବୀ ମହେଶ୍ୱର ନାୟକ ମତବ୍ୟକ୍ତ କରିଥିଲେ। ଆଜିର ଏହି ଆମ୍ବୁଲାନ୍ସ ସେବା ଆରମ୍ଭ ପର୍ବରେ ବ୍ୟାସନଗର ଅଞ୍ଚଳର ସମାଜ ସେବୀ ସଂଗଠନ ସହିଦ୍ ଭଗତ ସିଂହ ଯୁବକ ସଂଘ ର ସଭାପତି ରାଜେନ୍ଦ୍ର ବିଶ୍ଵାଳ, ଉପସଭାପତି କଳିଙ୍ଗ ପହି,ସମ୍ପାଦକ ହେମନ୍ତ ଧିର, ୟୁଥ ମାସ କ୍ଳବ୍ ର ସମ୍ପାଦକ ରାଜେଶ କୁମାର ରାଉତ, ସଭାପତି ପ୍ରକାଶ କୁମାର ଜେନା,ତବୀନ ସାମଲ ଯୋଗଦେଇଥିଲେ।ବ୍ୟାସନଗର ଅଞ୍ଚଳର ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର ର କର୍ମଚାରୀ ଙ୍କ ସମେତ ଏନଏଚଏମର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ । ଶେଷରେ ସ୍ୱଚ୍ଛ ଭାରତ ଅଭିଯାନ ଆନୁକୁଲ୍ୟରେ ମହିଳା ମାନଙ୍କୁ ଡଷ୍ଟବିନ୍ ମାନ ବଣ୍ଟନ କରାଯିବା ସହ ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର ଙ୍କ କରକମଳରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବୃକ୍ଷ ରୋପଣ କରାଯାଇ ଥିଲା।ଅନ୍ୟ ପକ୍ଷ ରେ ବୈତରଣୀ ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ର ରେ ନୂତନ ଭାବ ରେ ୧୦୮ର ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇ ଛି l ସରପଞ୍ଚ ଶୋଭାଗ୍ୟ କୁମାର ମହାନ୍ତି କୋରାଇ ବ୍ଲକ ଯୁବ ବିଜେଡ଼ି ର ସଭାପତି ପ୍ରଶାନ୍ତ କୁମାର ମହାପାତ୍ର ବହୁ ସରପଞ୍ଚ ସମିତି ସଭ୍ୟ ସଭ୍ୟା ନେତୃ ସ୍ଥାନୀୟ ବ୍ୟକ୍ତି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking