34.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗଦେଶରେ ସାମ୍ନାକୁ ଆସିଲା ୟୁକେ ଷ୍ଟ୍ରେନ ଜନିତ ୯ଟି ନୂଆ ମାମଲା, ମୋଟ ସଂଖ୍ୟା ୩୮କୁ...

ଦେଶରେ ସାମ୍ନାକୁ ଆସିଲା ୟୁକେ ଷ୍ଟ୍ରେନ ଜନିତ ୯ଟି ନୂଆ ମାମଲା, ମୋଟ ସଂଖ୍ୟା ୩୮କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ୟୁକେ ଷ୍ଟ୍ରେନର ନଅଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହା ପରେ ବ୍ରିଟେନର ମୋଟ ଷ୍ଟ୍ରେନ୍ ସଂଖ୍ୟା ୩୮ କୁ ବୃଦ୍ଧି ପାଇଛି । ନିକଟରେ ବ୍ରିଟେନରୁ ଦିଲ୍ଲୀ  ଆସିଥିବା କିଛି ଲୋକ କରୋନା ଭାଇରସ ର ନୂଆ ଷ୍ଟ୍ରେନ ଦ୍ୱାରା ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା । ଏହି ସୂଚନା ଗୁରୁବାର ଦିନ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପ୍ରଦାନ କରିଥିଲେ । 

ବାସ୍ତବରେ, ବ୍ରିଟେନରୁ ଫେରୁଥିବା ଅନେକ ଲୋକ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ଠିକଣା ଏବଂ ମୋବାଇଲ୍ ନମ୍ବର ଦେଇଛନ୍ତି, ଯେଉଁଥିପାଇଁ ସେମାନଙ୍କୁ ଖୋଜିବା କଷ୍ଟକର ହୋଇପଡିଛି । ଅଧିକାରୀ କହିଛନ୍ତି ଯେ,  ନଭେମ୍ବର ୨୫ ରୁ ଆଇଜିଆଇ ବିମାନ ବନ୍ଦରରେ ପହଁଚିଥିବା ପ୍ରାୟ ୧୪,୦୦୦ ଯାତ୍ରୀଙ୍କ ମଧ୍ୟରୁ ୩୯୦୦ରୁ ଅଧିକ ଯାତ୍ରୀ ସେମାନଙ୍କ ଦିଲ୍ଲୀ ଠିକଣା ବିଷୟରେ ସୂଚନା ପ୍ରଦାନ କରିଛନ୍ତି । ହେଲେ ସେମାନେ ଦେଇଥିବା ଠିକଣାରେ କୌଣସି ସତ୍ୟା ସତ୍ୟ ନାହିଁ କାରଣ ତାହା ଅସମ୍ପୂର୍ଣ୍ଣ ବିବରଣୀ ବୋଲି ଅଧିକାରୀ କହିଛନ୍ତି ।  ଯଥାଶୀଘ୍ର ସେମାନଙ୍କୁ ଖୋଜିବା ପାଇଁ ପ୍ରୟାସ କରାଯାଉଛି । ” ଦିଲ୍ଲୀରେ ବ୍ରିଟେନରୁ ଫେରିଥିବା ଲୋକଙ୍କୁ ଖୋଜିବା ଏବଂ ଏହାର ଅନୁସନ୍ଧାନ ପାଇଁ ଜିଲ୍ଲା ସ୍ତରରେ ଏକ ଅଭିଯାନ ଆରମ୍ଭ ହୋଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking