40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶବିଜେପିରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ବିଜେପିରେ ମିଶିଲେ ମଣିପୁରର ୫ ଜେଡିୟୁ ବିଧାୟକ

ଇମ୍ଫାଲ: ମଣିପୁରରେ ନୀତିଶ କୁମାରଙ୍କ ଜେଡିୟୁକୁ ଶକ୍ତ ଝଟ୍‌କା । ବିଜେପିରେ ମିଶିଲେ ଜେଡିୟୁ ବିଧାୟକ । ମଣିପୁରର ୫ ଜଣ ଜେଡିୟୁ ବିଧାୟକ ଦଳ ଛାଡି ଶାସକ ଦଳ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ମଣିପୁର ବିଧାନସଭା ପକ୍ଷରୁ ଜାରି ବିବୃତ୍ତିରେ ଏହି ସୂଚନା ଦିଆଯାଇଛି । ଜେଡିୟୁ ବିଧାୟକ ବିଜେପିରେ ଯୋଗ ଦେବାକୁ ବିଧାନସଭା ବାଚସ୍ପତି ଗ୍ରହଣ କରିଛନ୍ତି । ବିଧାନସଭା ସଚିବ କେ ମେଘଜିତ ସିଂହ ଏନେଇ ସୂଚନା ଦେଇଛନ୍ତି ।

ମଣିପୁରରେ ଜେଡିୟୁର ସମୁଦାୟ ୬ ଜଣ ବିଧାୟକ ଥିବାବେଳେ ସେଥିମଧ୍ୟରୁ ୫ ଜଣ ପଦ୍ମ ଧରିଛନ୍ତି । ଯାହାକି ବିହାରରେ ବିଜେପି ସହ ମେଣ୍ଟରୁ ଓହରିଥିବା ନୀତିଶ କୁମାରଙ୍କ ପାଇଁ ବଡ ଝଟ୍‌କା ହୋଇଛି । ଜେଡିୟୁ ହାତ ଛାଡି ବିଜେପିରେ ମିଶିଥିବା ବିଧାୟକମାନେ ହେଲେ ଜୟକିଶନ ସିଂହ, ଏନ ସନାତେ, ଏମଡି ଏଚାବ ଉଦ୍ଦିନ, ଥାଙ୍ଗଜାମ ଅରୁଣ କୁମାର ଏବଂ ଏଲ ଏମ ଖଉତେ।

ବିହାରରେ ବିଜେପି ସହ ମେଣ୍ଟ ଭାଙ୍ଗି ନୀତିଶ କୁମାର ଆରଜେଡି ଓ କଂଗ୍ରେସ ସହିତ ମିଶି ମହାଗଠବନ୍ଧନ ସରକାର ଗଢିବା ପରେ ଏହାକୁ ନେଇ ବିଧାୟକମାନେ ଅସନ୍ତୋଷ ପ୍ରକଶ କରିଥିଲେ । ଏଥିପାଇଁ ଜେଡିୟୁ ବିଧାୟକମାନେ ବିଜେପିରେ ମିଶିବାକୁ ନିଷ୍ପତ୍ତି ନେଇଛନ୍ତି । କହିରଖୁଛୁ କି, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାରରେ ମହାଗଠବନ୍ଧନ ସରକାର ଗଠନ କରିବା ପରେ ମଣିପୁରରେ ବିଜେପି ସରକାର ଠାରୁ ସମର୍ଥନ ପ୍ରତ୍ୟାହାର କରିବେ ବୋଲି ଜେଡିୟୁ କହିଥିଲା । ହେଲେ ଓଲଟା ଏଠି ବାଜି ପଲଟି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking