25.1 C
Bhubaneswar
Wednesday, January 8, 2025
Homeଓଡିଶାଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ୬ ଶିକ୍ଷାର୍ଥୀ ବଞ୍ଚିତ: ସୁପରିଟେଣ୍ଡେଣ୍ଟଙ୍କୁ ଜଣାନାହିଁ କାରଣ

ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରୁ ୬ ଶିକ୍ଷାର୍ଥୀ ବଞ୍ଚିତ: ସୁପରିଟେଣ୍ଡେଣ୍ଟଙ୍କୁ ଜଣାନାହିଁ କାରଣ

ବାଲେଶ୍ୱର: ଶୁକ୍ରବାର ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ପାଇଁ ସୋର ମ୍ୟୁନିସିପାଲିଟି ଅଧୀନ ଏସ୍‌ଏନ୍ ଓ ଆର୍‌ଏନ୍ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ୬ ଶିକ୍ଷାର୍ଥୀ ଆଡ୍‌ମିଟ୍ କାର୍ଡ ପାଇ ମଧ୍ୟ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛି । ଏହା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଅପାରଗତାକୁ ପଦାରେ ପକାଇଛି । ଲେଟେରାଲ୍ ଏଣ୍ଟ୍ରି ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରି ଏସ୍‌ଏନ୍ ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ଗିରିଜା ଶଙ୍କର ପଣ୍ଡା, ଅଭିଲିପ୍ସା ମହାରଣା, ହରପ୍ରିୟା ଖୁଣ୍ଟିଆ, କୀର୍ତ୍ତିମୟୀ ମଲ୍ଲିକ, ସସ୍ମିତା ପ୍ରଧାନ ଓ ଆର୍‌ଏନ୍ ହାଇସ୍କୁଲ କେନ୍ଦ୍ରରେ ସେକ୍ ସାଜିତ୍ କାଦ୍ରୀ ଆଡ୍‌ମିଟ୍ କାର୍ଡ ପାଇ ପରୀକ୍ଷା ହଲ୍‌କୁ ପବେଶ କରିଥିଲେ । ମାତ୍ର ସେମାନଙ୍କୁ ପରୀକ୍ଷା ଦେବାରୁ ବାରଣ କରାଯାଇଥିଲା । ଏହାକୁ କାରଣ ନେଇ ସେମାନେ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ପଚାରିଥିଲେ ମଧ୍ୟ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇନପାରିନଥିଲେ । ଏନେଇ ଶିକ୍ଷାର୍ଥୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏସ୍‌ଏନ୍ ହାଇସ୍କୁଲ କେନ୍ଦ୍ର ସୁପରିଟେଣ୍ଡେଣ୍ଟ ଦାୟିତ୍ୱରେ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁକଦେବ ନାୟକଙ୍କୁ ଆମ ପ୍ରତିନିଧି ପଚାରିବାରୁ ସେ କହିଥିଲେ ଯେ ଏହି ଲେଟେରାଲ ଏଣ୍ଟ୍ରିି ପ୍ରବେଶିକା ପରୀକ୍ଷାର୍ଥୀଙ୍କୁ ପରୀକ୍ଷାରୁ ବିରତ ରଖାଯିବାକୁ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି । କାରଣ ତାଙ୍କୁ ଜଣା ନାହିଁ । ପ୍ରକାଶ ଥାଉକି ଏହି ବଞ୍ଚିତ ପରୀକ୍ଷାର୍ଥୀଙ୍କୁ ଯଥାର୍ଥ କାରଣ ଦର୍ଶାଇ ଏଡ୍‌ମିଟ୍ କାର୍ଡ ଦେବା ପୂର୍ବରୁ ସୂଚନା ଦିଆଯିବା ଉଚିତ୍ ଥିଲା ବୋଲି ଅଭିଭାବକମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଏହି କେନ୍ଦ୍ରରେ ଆଜି ୨୦୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୩ ଓ ଆର୍‌ଏନ୍ ହାଇସ୍କୁଲରେ ୨୧୪ ମଧ୍ୟରୁ ୨୦୮ ଜଣ ଶିକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking