27.1 C
Bhubaneswar
Saturday, July 12, 2025
Homeଅପରାଧଚିଟଫଣ୍ଡ ଠକେଇ ମାମଲାରେ ୪ ଜଣଙ୍କୁ ଦଣ୍ଡାଦେଶ; ୭ ବର୍ଷ ଜେଲ

ଚିଟଫଣ୍ଡ ଠକେଇ ମାମଲାରେ ୪ ଜଣଙ୍କୁ ଦଣ୍ଡାଦେଶ; ୭ ବର୍ଷ ଜେଲ

ବାଲେଶ୍ୱର: ଚିଟଫଣ୍ଡ ସଂସ୍ଥାକୁ ନେଇ ଆକ୍ଟିଭ ହୋଇଛି ରାଜ୍ୟର ଆଇନକାନୁନ ଏବଂ ପ୍ରଶାସନ । ବାଲେଶ୍ୱରର ଏକ ଚିଟଫଣ୍ଡ ଠକେଇ ମାମଲାରେ ଏକାସାଙ୍ଗରେ ୪ ଜଣଙ୍କୁ ଦଣ୍ଡାଦେଶ ଶୁଣାଯାଇଛି । ଶସ୍ତ୍ର ଏଣ୍ଟରପ୍ରାଇଜର୍ସର ୨ ଅଧିକାରୀଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ଏମଡି ଭି. ସମ୍ପତ ଏବଂ ମଲ୍ଲିକାର୍ଜୁନ ରାଜୁଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି ।

ତେବେ ଜେଲ ଦଣ୍ଡ ସହ ଉଭୟଙ୍କୁ ୪ ଲକ୍ଷ ୨୧ ହଜାର ଲେଖାଏଁ ଜରିମାନା ଆଦେଶ ଦିଆଯାଇଛି । ଏ ଦୁହିଁଙ୍କ ବ୍ୟତୀତ ଅନ୍ୟ ୨ ଜଣ ସଦାଶିବ ନାୟକ ଓ ତପନ ବାରିକଙ୍କୁ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି । ପ୍ରାୟ ୬୦ ହଜାର ଲେଖାଏଁ ଜରିମାନା ମଧ୍ୟ ଶୁଣାଇଛନ୍ତି ବାଲେଶ୍ୱର ଓପିଆଇଡି କୋର୍ଟ । ୨୦୧୦ରେ ବାରିପଦାରୁ ପ୍ରାୟ ୫ କୋଟି ଆଦାୟ କରିଥିଲା କମ୍ପାନୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking