27.1 C
Bhubaneswar
Wednesday, June 26, 2024
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ସଫା

ଝାଡଖଣ୍ଡ: ନକ୍ସଲ ନିପାତ ଅଭିଯାନରେ ଆଉ ଏକ ସଫଳତା। ଝାଡଖଣ୍ଡରେ ଏନକାଉଣ୍ଟର, ଟଳିଲେ ୪ ମାଓବାଦୀ। ଝାଡଖଣ୍ଡ ଚାଇବାସାରେ ପୁଲିସ୍ ପକ୍ଷରୁ ବଡଧରଣର ଏନକାଉଣ୍ଟର କରାଯାଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୪ଜଣ ନକ୍ସଲ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଜୋନାଲ୍ କମାଣ୍ଡର , ଜଣେ ସବ୍ ଜୋନାଲ୍ କମାଣ୍ଡର ଏବଂ ଜଣେ ଏରିଆ କମାଣ୍ଡର। ଝାଡଖଣ୍ଡ ଚାଇବାସାରେ ପୁଲିସ୍ ଏବଂ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ଜଣେ ଏରିଆ କମାଣ୍ଡରଙ୍କ ସମେତ ଦୁଇ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଏନକାଉଣ୍ଟର ସ୍ଥଳରୁ ରାଇଫଲ୍ ଏବଂ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବଂ ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଦୁଇ ଦିନ ତଳେ ଛତିଶଗଡ ନାରାୟଣପୁର ଜିଲ୍ଲାର ଅବୁଝମାଡ ଜଙ୍ଗଲରେ ଏନକାଉଣ୍ଟରରେ ୮ ନକ୍ସଲ ନିହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking