27.1 C
Bhubaneswar
Wednesday, June 26, 2024
Homeଦେଶ ବିଦେଶଅନ୍‌ଲାଇନ୍ ଗେମ୍ ଖେଳି ଦେଲେ ୪ ଲକ୍ଷ ୨୯ ହଜାର ଟଙ୍କା

ଅନ୍‌ଲାଇନ୍ ଗେମ୍ ଖେଳି ଦେଲେ ୪ ଲକ୍ଷ ୨୯ ହଜାର ଟଙ୍କା

ଖଲ୍ଲିକୋଟ: ଗୋଟିଏ ଫାଇନାନ୍ସ କମ୍ପାନୀର ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ କରି ସାଙ୍ଗ ସହ ଫାଇନାନ୍ସ କର୍ମଚାରୀ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ କାଳିଯାଇ ଷ୍ଟେସନ ରୋଡରେ ଥିବା ଫ୍ୟୁଜନ ଫାଇନାନ୍ସ କମ୍ପାନୀରୁ ୪ ଲକ୍ଷ ୨୯ ହଜାର ଟଙ୍କା ଠକେଇ ହୋଇଥିବା ନେଇ ସଂସ୍ଥାର ଏରିଆ ମ୍ୟାନେଜର ସୁଶାନ୍ତ କୁମାର ସାହୁ ନିକଟରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଖଲ୍ଲିକୋଟ ଥାନାରେ କେସ୍ ନମ୍ବର ୪୨୫/୨୦୨୪ ଅନୁଯାୟୀ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଖଲ୍ଲିକୋଟ ଥାନା ଅଧିକାରୀ ନରେଶ କୁମାର ସାହୁଙ୍କ ନେତୃତ୍ୱରେ ଭେଜିପୁଟ ଫାଣ୍ଡି ଅଧିକାରୀ ଦେବାଶିଷ ମିଶ୍ର ଓ କନଷ୍ଟେବଳ ଧର୍ମରାଜ ଡୁଙ୍ଗଡୁଙ୍ଗଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା । ଠକେଇରେ ଫାଇନାନ୍ସ କର୍ମଚାରୀ ପ୍ରତାପ କୁମାର ଦତ୍ତ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା । ସ୍ୱତନ୍ତ୍ର ଟିମ୍ ଆଜି ପୁରୀରୁ ପ୍ରତାପ କୁମାର ଦତ୍ତଙ୍କୁ ଗିରଫ କରିଥିଲା । ପ୍ରତାପଙ୍କୁ ପଚରାଉଚରା ବେଳେ ଠକେଇ ଘଟଣାରେ ସମ୍ପୃକ୍ତ ତାଙ୍କ ସାଙ୍ଗ ହୃଦାନନ୍ଦ ସାହୁଙ୍କୁ ମଧ୍ୟ ପୁଲିସ୍ ନୟାଗଡରୁ ଗିରଫ କରିଥିଲା । ଦୁଇ ସାଙ୍ଗ ମିଶି ସବୁ ଟଙ୍କା ଅନଲାଇନ୍ ଗେମ୍‌ରେ ଖେଳି ଦେଇଥିବା ଜଣାପଡ଼ିଛି । ଗିରଫ ଫାଇନାନ୍ସ କର୍ମଚାରୀ ପ୍ରତାପଙ୍କ ଘର ଖୋର୍ଦ୍ଧା ଜିଲ୍ଲା ଶଗଡ଼ଭଙ୍ଗା ନନ୍ଦପୁର ପାଟଣାରେ ହୋଇଥିବା ବେଳେ ତାଙ୍କ ସାଙ୍ଗ ହୃଦାନନ୍ଦଙ୍କ ଘର ଓଡଗାଁ ଥାନା କ୍ରୁମ ବାଙ୍କାତାରା ଗ୍ରାମରେ ବୋଲି ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking